STORYMIRROR

Tapan Kumar Biswal

Inspirational Children

3  

Tapan Kumar Biswal

Inspirational Children

ଗହ୍ମା ପୁନେଇଁ

ଗହ୍ମା ପୁନେଇଁ

1 min
56


ବାର ମାସେ ବାର ପୁନେଇ ରହିଛି

କେତେ ଯେ ପୁନେଇ ଆସିଛି ଯାଇଛି

ମନ ମୋ ଉଚ୍ଛନ୍ନ କାହିଁ

ରହିଛି ରାକ୍ଷୀକୁ ଚାହିଁ ll


ବାର ମାସେ ତେର ପରବ ଆସୁଛି

ମିଳିମିଶି କେତେ ପାଳନ କରିଛି

ରହିଛି ରହିବି ଚାହିଁ

ଆସିବ ଗହ୍ମା ପୁନେଇଁ ll


ହଳଧର ବଳଭଦ୍ରଙ୍କର ଜନ୍ମ

ସମସ୍ତ ଜାଣନ୍ତି ସେ ରକ୍ଷା ବନ୍ଧନ

ରହେ ଭାଇ ବାଟ ଚାହିଁ

ସେ ରାକ୍ଷୀ ବାନ୍ଧିବା ପାଇଁ ll


ଭାଇ ଭଉଣୀଙ୍କ ସେନେହ ବନ୍ଧନ

ଭୁଲି ଯାଏ ଯେତେ ମାନ ଅଭିମାନ

ବାନ୍ଧିଛି ସମ୍ପର୍କ ଡୋରୀ

କେମିତି ଯିବ ପାସୋରି ll


ଭାଇ ହାତେ ସିଏ ବାନ୍ଧି ଦିଏ ରାକ୍ଷୀ

ଲୋଡ଼ା ନାହିଁ ତାର ଅନ୍ୟ କିଛି ସାକ୍ଷୀ

ସୁରକ୍ଷା କବଚ ସିଏ

ସ୍ନେହ ଶ୍ରଦ୍ଧା ପ୍ରେମ ଥାଏ ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational