ଘେନ ପ୍ରଣାମ
ଘେନ ପ୍ରଣାମ
ଶତ ପ୍ରଣାମ ଘେନ ହେ ଯୋଦ୍ଧା
ଶତ ନମନ ଘେନ
"କରୋନା" ର ଏଇ ବିଶ୍ଵ ଯୁଦ୍ଧରେ
ଦକ୍ଷ ସଇନିକ ଗଣ । (୧)
"ସେବା" ହିଁ କରମ ସେବାତ ଧରମ
ବଇଦ ରୂପରେ ତୁମେ ଭଗବାନ
ତୁମ ପୟରରେ କୋଟିଏ ନମନ ।(୨)
"ସେବିକା" ନୁହଁଇ ସତେ ଅବା ମା
ସେବା ଓ ତ୍ୟାଗର ନାଇଁ ତୁଳନା
ତୁମ ତ୍ୟାଗ ପାଶେ ନୂଆଁଉଛୁ ମଥା।(୩)
ଶୃଙ୍ଖଳା ପ୍ରହରୀ ଆମ ସମାଜର
ଶାନ୍ତି, ସୁରକ୍ଷା,ବ୍ରତ କରି ଆପଣାର
ଘେନ ପ୍ରଣିପାତ ହୃଦୟୁ ଆମର ।(୪)
"ସ୍ୱଚ୍ଛତା ହିଁ ସେବା" ବ୍ରତ ଧାରୀ ଗଣ
ସୁଝି ହେବନାହିଁ କେବେବି ତ ଋଣ
ସେବା ପାଇଁ ଘେନ ଶ୍ରଦ୍ଧା ସୁମନ।(୫)
ଗଣ ମାଧ୍ୟମର ପ୍ରତିନିଧି ଗଣ
ଦିନରାତି ଥାଏ କର୍ତବ୍ୟରେ ମନ
ଘେନ ଆମର କୋଟି ପ୍ରଣାମ।(୬)
ଦେଶ ସୁରକ୍ଷା ସଇନିକ ଗଣ
ମା ମାଟି ସେବା ଲାଗି ପଣ
ଏ ବିଶ୍ୱଯୁଦ୍ଧରେ ଘେନ ହେ ପ୍ରଣାମ।(୭)
ଶିକ୍ଷକ, କୃଷକ, ସ୍ୱେଚ୍ଛାସେବୀ ଗଣ
କି ଦବୁ ଅବା ପ୍ରତିଦାନ
ଘେନ ବାରେ ଆମ ଶତ ନମନ।(୮)