STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ଘେନ ମୋର ପ୍ରଣିପାତ

ଘେନ ମୋର ପ୍ରଣିପାତ

1 min
129

ଶାନ୍ତି ଦାତା, ଶକ୍ତି ଦାତା, ମୁକ୍ତି ଦାତା ସ୍ଵାମୀ

ମାଟିଘଟ ମନ୍ଦିର ରେ ବିଜେ ଅର୍ନ୍ତଯ୍ୟାମୀ

ଏ ଜୀବନ୍ତ ମୂର୍ତ୍ତି ର ହେ ସୁଦକ୍ଷ ବିନ୍ଧାଣି

ଜ୍ଞାନ ଦାତା, ପ୍ରାଣ ଦାତା ଚକ୍ରି, ଚକ୍ରପାଣି

ଶାନ୍ତି ଦାତା, ଶକ୍ତି ଦାତା,ମୁକ୍ତି ଦାତା ସ୍ଵାମୀ


ଦିବ୍ୟ ପ୍ରୀତି, ମୈତ୍ରେୟ ର ମନ୍ତ୍ର ସଂଜିବନୀ

ପ୍ରେମ,ପଣୟର ତୁମେ ଗୀତ ଆବାହନୀ

ବାତ୍ସଲ୍ୟ ମମତା, ଅନୁରାଗ, ସ୍ନେହ ବାଣୀ

ମଧୁର ସୋହାଗ ତୁମେ ରଚିଛ ମୋ ପାଇଁ

ଶାନ୍ତି ଦାତା, ଶକ୍ତି ଦାତା,ମୁକ୍ତି ଦାତା ସ୍ଵାମୀ 


ଦିବ୍ୟ ଦୃଷ୍ଟି ଦାତା ଈଶ୍ଵର ଘେନ ମୋ ଦଇନି

ମୋ ଜୀବନ ସୂର୍ଯ୍ୟ ତୁମେ ଆଲୋକ ରୋଷଣୀ-

ଢାଳି ଦିଅ ଫୁଟୁ ମୋର ହୃଦ କମଳିନୀ

ସେପଦ୍ମେ ବିରାଜ ଘେନି ଲକ୍ଷ୍ମୀ ଠାକୁରାଣୀ

ଶାନ୍ତି ଦାତା, ଶକ୍ତି ଦାତା,ମୁକ୍ତି ଦାତା ସ୍ଵାମୀ


ଦୁଃଖ,ସୁଖ, ଭଲ,ମନ୍ଦ, ନିଆଁ ଅବା ପାଣି

ଦିନ,ରାତି, ଜନ୍ମ,ମୃତ୍ୟୁ, କବିତା, କାହାଣୀ

କଳା,ଧଳା, ମାନ,ଅପମାନ ଯେତେ ପୁଣି

ଏକାକାର କରି ଦେଖାଅ ପବିତ୍ର ସରଣି

ଶାନ୍ତି ଦାତା, ଶକ୍ତି ଦାତା,ମୁକ୍ତି ଦାତା ସ୍ଵାମୀ


ହେ ଅଚଳ ମହାମେରୁ ନୀଳାଦ୍ରି ଗୋସାଇଁ

କୋଟି ବ୍ରହ୍ମାଣ୍ଡ କରତା ପ୍ରଭୁ ଲକ୍ଷ୍ମୀ ସାଇଁ

ସର୍ବମୟ କର୍ତ୍ତା ଦାରୁବ୍ରହ୍ମ ମହାଦାନୀ

ସଜାଇ ରଖିଛ ବିଶ୍ଵେ ସବୁ ମୋହ ପାଇଁ

ଶାନ୍ତି ଦାତା, ଶକ୍ତି ଦାତା, ମୁକ୍ତି ଦାତା ସ୍ଵାମୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract