STORYMIRROR

Sangita Mishra Satapathy

Classics Children

3  

Sangita Mishra Satapathy

Classics Children

ଘେନ ମାଆ ପୁଷ୍ପାଞ୍ଜଳି

ଘେନ ମାଆ ପୁଷ୍ପାଞ୍ଜଳି

1 min
242

ବସନ୍ତ ପଞ୍ଚମୀ ଶୁଭ ଲଗନରେ

ଆସ ମାଆ କୃପା କରି

ହଂସ ବାହନରେ ଚଢି 

ବୀଣା ପୁସ୍ତକ ହାତେ ଧରି

ସ୍ଫଟିକ ମାଳାକୁ ହାତେଧରି


ଭକତି ଅନ୍ତରେ ଢାଳି

ହାତେ ଧରି ଅର୍ଘଥାଳି 

କରୁଅଛୁ ପାଦେ ଅଳି

ଘେନ ମାଆ ପୁଷ୍ପାଞ୍ଜଳି।

ଆସ ମାଆଶାରଦା

ଆସ ମାଆ ବରଦା

ଆସ ଆସ  ଜ୍ଞାନଦାତ୍ରୀ 

ଆସ ମାଆ ସିଦ୍ଧିଦାତ୍ରୀ।

ସତ୍ଯ,କ୍ଷମା,ଦୟା ଧାତ୍ରୀ

ଶାନ୍ତି, ମୁକ୍ତି ବିଦ୍ଯାଦାତ୍ରୀ 

ରଖିଦିଅ ଆମ ଅଳି

ଢାଳି ଦିଅ କୃପାଞ୍ଜଳି।

ହଟୁ ଅଜ୍ଞାନ ତମସା 

ଜ୍ଞାନାଲୋକେ ଦୀପ୍ତ ଆଭା

ପାଇ ତବ ବରାଭୟ 

ଧରା ହେଉ ମଧୁମୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics