STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଘେନ ଗୁହାରି ମୋର

ଘେନ ଗୁହାରି ମୋର

1 min
381

ରାଗ:- କାଳୀ


ରତନ ବେଦୀ ଦିଶେ ସୁନ୍ଦର 

   ନାହିଁ ତୁଳନା ତାର

ତିନୋଟି ଦିଅଁ ବେଦୀ ଉପର

   ଭାଇ ଭଉଣୀ ଯାର!!


କରିନି ଦୂର ଭାଇ ଭଉଣୀ

   ରଖିଛି ନିତି ଦିନ

ଏପରି ସ୍ନେହ ଦେଖୁଛି କିଏ

   ବୁଝୁଛି କାହିଁ ଜନ !!


ନିଜର ପରା ନିଜର ହୁଏ

 ଜ୍ଞାନୀ ତାହାକୁ ବୁଝେ

ଅଜ୍ଞାନୀ କାହୁଁ ବୁଝିବ ତାହା 

  ଶତ୍ରୁ ତାହାଙ୍କୁ ବୁଝେ !!


କ୍ଷେତ୍ରେ ସୁନେଲି ସୁନାର ଦିଅଁ 

   ବେଶ ଦିଶେ ସୁନାର 

ସୁନା ର ମୁହଁ ଜଗତ କର୍ତ୍ତା

   ପଦେ ଭକ୍ତି ତାଙ୍କର !!


ମାଉସୀ ଘରୁ ଆସିଛି ଜଗା

  ଭାଇ ଭଉଣୀ ସଙ୍ଗେ

ମଣିମା ଟାକ ଶୁଭୁଛି କ୍ଷେତ୍ରେ

  ପ୍ରେମ ଭକ୍ତି ଉମଙ୍ଗେ !!


ଖୁସି ଠିକଣା ନାହିଁ ଲକ୍ଷ୍ମୀ ଙ୍କ

  ରାଗ ଭୁଲିଲେ ତାଙ୍କ

ମନରେ ଖୁସି ହୃଦୟେ ଭକ୍ତି

  ସର୍ବାଙ୍ଗେ ପ୍ରେମ ରଙ୍ଗ !!


ମନ୍ଦିରେ ଦେଖି ଜଗା ଠାକୁର

   ଭକ୍ତ ହେଲେ ଆତୁର

କି ଦେଇ ତାଙ୍କୁ ପୂଜା କରିବେ

   ହୁଏ ମନ ଅସ୍ଥିର !!


ସୃଷ୍ଟି କର୍ତ୍ତାସେ ଜଗ ତାରକ

   ବର୍ଣ୍ଣିବ କିଏ ଗୁଣି 

ମାୟା ତାଙ୍କର କରି କରାଏ

  ହେ ଭକ୍ତ ତାହା ଜାଣି !!


ଚକା ନୟନେ ଦେଖୁଛି ସାରା

  ମନୁଷ୍ୟ କରେ ଯାହା

ଭାବର ପରା ଅଟେ କାଳିଆ

  ଭକ୍ତିରେ ହୁଏ ସାହା !!


ସମୁଦ୍ର କୁଳେ ରହିଛି ସେହୁ

   କରୁଛି ଲୀଳା ତହିଁ

ତାର ଭକ୍ତଙ୍କୁ ଟାଣି ଆଣୁଛି

   ଦିଅଁ ଏପରି କାହିଁ !!


ରଖିଛି ପାଖେ ଭାଇ ଭଉଣୀ

   ରଖିଛି ପତ୍ନୀ ତାର

ଗୃହ ଆଶ୍ରମ ସବୁଠୁ ବଡ଼

  ଦିଏ ଶିକ୍ଷା ଠାକୁର !!


ଅଜ୍ଞାନୀ ମୁହିଁ ଜାଣେନି ଭକ୍ତି

  ଦୟା କରହେ ହରି

ଗୁଞ୍ଜୁ ଥାଉ ଟି ନାମ କାଳିଆ

  ତୁହି ଣୁଣ ମୁରାରି !!


Rate this content
Log in

Similar oriya poem from Abstract