STORYMIRROR

padmaja pati

Inspirational

3  

padmaja pati

Inspirational

ଘାତକ ସେ ଆମ ପାଇଁ

ଘାତକ ସେ ଆମ ପାଇଁ

1 min
11.6K

ଶିଳ୍ପ ବିପ୍ଳବର ନାମରେ ଗଢ଼ିଲୁ

କଳ କାରଖାନାମାନ

ଅଧିକ ଲୋଭ ଓ ଲାଭ ଆଶା ରଖି

ନ ହେଲୁ ତ ସାବଧାନ ।

ବାୟୁମଣ୍ଡଳକୁ କରିଲା ବିଷାକ୍ତ

ଧୂଆଁରୁ ନ ମିଳେ ତ୍ରାହି

ହେଲେ ଛଟପଟ ସବୁ ଜୀବଜନ୍ତୁ

ଶୁଦ୍ଧ ବାୟୁ ଟିକେ ପାଇଁ ।

ଶିବଙ୍କ ପଛରେ ଭସ୍ମାସୁର ପରି

ଆସିବ ସେ ବେଗେ ଧାଇଁ

ବାୟୁ ପ୍ରଦୂଷଣ ଦେବ ଯେ କଷଣ

ଘାତକ ସେ ଆମ ପାଇଁ ।


Rate this content
Log in

Similar oriya poem from Inspirational