STORYMIRROR

Aishwarya Mishra

Inspirational Children

4  

Aishwarya Mishra

Inspirational Children

ଗଛଟିଏ ମୁଁ ଗଛଟିଏ

ଗଛଟିଏ ମୁଁ ଗଛଟିଏ

1 min
170


ଗଛଟିଏ ମୁଁ ଗଛଟିଏ

ମୋ କଥାକୁ ଥରେ, ମନ ଦେଇ ଶୁଣ

ତୁମ ପରି ମୁଁ ଜୀବଟିଏ

ଅଯଥାରେ ତୁମେ, ମୋତେ ହାଣ ନାହିଁ ,

କୁରାଢୀ ଚୋଟ ବଡ଼ କଷ୍ଟ ଦିଏ

ଗଛଟିଏ ମୁଁ ଗଛଟିଏ

ତୁମ ପରି ମୁଁ ଜୀବଟିଏ,,,


ଗଛଟିଏ ମୁଁ ଗଛଟିଏ

ଅତି ଯତନରେ ମୋତେ ବଢାଇଲେ

ମୁଁ ହେବି ତୁମର ମିତଟିଏ ,

ଖରାବେଳେ ଛାୟା ମୁଁ ଯେ ଦେବି

ଶୀତଳ ପବନେ ମନ ମୋହିବି

ମାଟିକୁ ଜାବୁଡ଼ି ଧରି ରଖି ମୁଁ ତ 

ମୃତ୍ତିକା କ୍ଷୟକୁ ରୋକି ଦିଏ

ଗଛଟିଏ ମୁଁ ଗଛଟିଏ

ମୁଁ ପରା ତୁମର ମିତଟିଏ,,,


ଗଛଟିଏ ମୁଁ ଗଛଟିଏ

ସବୁବେଳେ ତୁମ ଉପକାରେ ଆସେ

ଅତି ଅମୂଲ୍ୟ ମୁଁ ବସ୍ତୁଟିଏ ,

ଅଙ୍ଗାରକାମ୍ଳକୁ ଶୋଷି ମୁଁ ନିଏ

ଶୁଦ୍ଧ ଅମ୍ଳଜାନ ଯୋଗାଉଥାଏ 

ଖାଦ୍ୟ, ବସ୍ତ୍ର ପୁଣି ବାସଗୃହ ସାଥେ

କେତେ ଯେ ଔଷଧ ଯୋଗାଇଥାଏ

ଗଛଟିଏ ମୁଁ ଗଛଟିଏ

ଅତି ଅମୂଲ୍ୟ ମୁଁ ବସ୍ତୁଟିଏ,,,


ଗଛଟିଏ ମୁଁ ଗଛଟିଏ

ପରିବେଶ ହିତ ଚିନ୍ତା କରେ ସଦା

ଉପକାରୀ ମୁଁ ବନ୍ଧୁଟିଏ ,

ଫଳ, ଫୁଲ କେତେ ସଭିଁଙ୍କୁ ଦିଏ

ବିପଦେ ଆପଦେ ସାହା ମୁଁ ହୁଏ

ଜନ୍ମ ହେବା ଠାରୁ ମରିବା ପର୍ଯ୍ୟନ୍ତ

ପର ଉପକାରେ ଲାଗିଥାଏ

ଗଛଟିଏ ମୁଁ ଗଛଟିଏ

ଉପକାରୀ ମୁଁ ବନ୍ଧୁଟିଏ,,,


ଗଛଟିଏ ମୁଁ ଗଛଟିଏ

ସମାଜର ହିତ ଚିନ୍ତା କରେ ସଦା

ସବୁଜ ସୁନ୍ଦର ସାଥିଟିଏ,

ଗଛଟିଏ ମୁଁ ଗଛଟିଏ ,,,


Rate this content
Log in

Similar oriya poem from Inspirational