ଗଛର ବ୍ୟାକୁଳତା
ଗଛର ବ୍ୟାକୁଳତା
କିଏ ମୋତେ ଦିନେ ରୋପଣ କରିଥିଲା
ପବନର ବଉଳିଆ ବାସନ ମୋତେ ଗଢ଼ିଥିଲା
କେତେ ବଡ଼ ବୃକ୍ଷ ହେଲି ମୁଁ ଆଜି
ଫୁଲ, ଫଳ, ମୂଳ ଧାରଣ କଲି ମୁଁ ( 1)
ବେଳେବେଳେ ମନ କୁ ପଚାରେ
ହେ ମାନବବାସି ମୋର ଗୋଟିଏ ପ୍ରଶ୍ନ
ଅନ୍ୟ ଲତା ଭଳି ମୋତେ ବି କାଟିଦେବ କି?
ଅନ୍ୟ ବୃକ୍ଷ ଭଳି ମୋତେ ବି ମାରିଦେବ କି? ( 2 )
କାହିଁକି ମୋତେ କୁରାଢ଼ୀ ରେ ମାରିବା
କାହିଁକି ମୋତେ ଅଧା କରି ଦେବ
ମୁଁ ତୁମର ଦୁଃଖ -ସୁଖ ର ସାଥି
ମୁଁ ତୁମର ପ୍ରତି ବିଶ୍ୱାସ ( 3 )
ମୁଁ ତୁମକୁ କେତେ ଯେ ଦାନ କଲି
ତା ବଦଳେ କିଛି ମାଗିଲି ନାହିଁ
ଫୁଲ, ମୂଳ ଦେଇ ଆହାର ହେଲା
ଦୂଷିତ ବାୟୁ ନେଇ ସ୍ୱଚ୍ଛ ବାୟୁ ଦେଲି ( 4 )
କାଟ ନାହିଁ ମୋତେ
କାଟ ନାହିଁ ମୋତେ
ଏହି ମୋର ବିନତି
ଏହି ମୋର ବ୍ୟାକୁଳତା ( 5 )
