STORYMIRROR

ମିତା ପଟନାୟକ

Fantasy

4  

ମିତା ପଟନାୟକ

Fantasy

ଗଛର ଆତ୍ମକଥା

ଗଛର ଆତ୍ମକଥା

1 min
277

ଆରେ ଏମିତି ଖୁଣ୍ଟ ଟା ପରି ଠିଆ ହେଇଛୁ କଣ ମ

କାଲୁଣି ହେଲୁ ନା କଣ !

ଝଡ଼ ଆସେ ଝଡ଼ ଫେରେ

ପତ୍ର ଫାଙ୍କରୁ ସୁରୁଜ ମୁହଁ ଦେଖେ ନଈର ଚହଲା ପାଣିରେ

ପକ୍ଷୀ ପକ୍ଷୀଣି ନୀଡ଼ ରଚନ୍ତି

ମା ପକ୍ଷୀ ଅଣ୍ଡା ଉଷୁମାଏ

କୁନି ଶାବକର ଚି ଚି ଡାକରେ

ସଂଜ ଯାଇ ସକାଳ ଆସେ ।


ଖୁଣ୍ଟ ପରି ଠିଆ ହେଇଥିବା ଜୀବ ପରା ମୁଁ

ନାମ ଗଛ

ଠିକଣା ବାରିବଗିଚା ଜଙ୍ଗଲ

ସ୍ଥାନ ନଈକୂଳ ଅନାବାଦୀ ଜମି ।


ତେବେ ମୋ ଆତ୍ମକାହାଣୀ

ମୁଁ ଏକ ଗଛ

ମୋ ପାଦ ପାତାଳ ରେ ଥିବା ବେଳେ ମୁଁ ଦେଖୁଥାଏ

ସ୍ୱର୍ଗ ଆଡେ ଇଶ୍ୱରଙ୍କ ଉଦ୍ଦେଶ୍ୟରେ

ଖାଇବା ମୋର ନାହିଁ କହିଲେ ଚଳେ

ସଂକ୍ରାନ୍ତି ଅମାବାସ୍ୟା ପରି ପାଣି ମୁନ୍ଦେ ହେଲେ ହେଲା

ଫୁଲ ମୋର ଯାଏ ମନ୍ଦିରଠୁ ଶ୍ମାଶନ ଯାଏ

ଫଳ ଖାଏ ଭୋକିଲା

ପତ୍ର ହୁଏ ରୋଗୀର ପଥି

ମୋ ଗଣ୍ଡି ରେ ଜଳେ ଚୁଲି

ଆଉ ଶ୍ମାଶନର ଚିତା ।


ସବୁ ଦେଲା ପରେ ବି କେହି

ଦେଇନାହିଁ ସ୍ନେହରେ ଢାଳେ ପାଣି

ଅବା ଉତପ୍ତ ରୌଦ୍ର ରେ ଅନ୍ୟକୁ ଛାଇ ଦେଲା ବେଳେ

କୃତଙଜ୍ଞତା ଶବ୍ଦ ଟିଏ ଉଚ୍ଚାରି ନାହିଁ..


ମୁଁ ଗଛ

ନେବାରେ ନାହିଁ ଦେବାରେ ଆନନ୍ଦ

ବସିବାରେ ନୁହେଁ ଠିଆ ହେବାରେ ଖୁସି

ପରିବେଶ ପରିସ୍ଥିତି ଯାହା ହେଉ

ମୁଁ ଯାଏନା କୁଆଡେ

ଯେଉଁଠି ଜନ୍ମ ସେଇଠି ମୃତ୍ୟୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy