ଗଛ
ଗଛ
ଗଛରେ, ମାଆ ପରି ତୁ ଛାଇଟିଏ
ତୋ ବିନା ବଂଚିବା ସମ୍ଭବ କି ହୁଏ
କେତେ ପକ୍ଷୀଙ୍କର ତୁ ଆଶ୍ରୟସ୍ଥଳଟିଏ
ଫଳ ଫୁଲର ସମ୍ଭାରେ ତତେ ଭରିଛି ଯିଏ
ସିଏ ଜାଣିଛି ତୁ କେଡେ ଉପକାରୀ ବନ୍ଧୁଟିଏ
ମାଟି ପାଣି ପବନକୁ ଧରି ରଖିଥାଏ
ମଣିଷ କେମିତି ବୁଝିବ ଅଜ୍ଞାନ ଚଷମା ପିନ୍ଧି ସିଏ
ତତେ ହାଣି ସବୁଜ ରକ୍ତ ବଦଳେ କଣ କେଜାଣି ପାଏ ସିଏ
ସବୁ ଭୁଲିଯାଇ ସାଜିଛୁ ପ୍ରକୃତ ବନ୍ଧୁଟିଏ l
