STORYMIRROR

Madhabi Patel

Inspirational Others Children

3  

Madhabi Patel

Inspirational Others Children

ଗଛ

ଗଛ

1 min
217


ଗଛରେ ଗଛ

ଖରା ବରଷା ସହି

ନୀରବେ ସାଧୁ ବ୍ରତ।

ଦୃଢନିଶ୍ଚଳ ତୁହିସ୍ଥାବର

 ତୋପାଦେ ପ୍ରଣିପାତ।

ସବୁଜଧରା ଦିଶଇ ତୋରା

ଗହଳ ବୃକ୍ଷଭରା।

ପତ୍ର ପୁଷ୍ପ ଓ ଫଳର ଦାନେ

ପାଳୁଏ ବସୁନ୍ଧରା।

ପାଲଣା ହେଇ ଶାଖାପ୍ରଶାଖା

ଝୁଲାଏ କେବେ ମତେ।

ବିଞ୍ଚଣା ସାଜି ତୋହର ଡାଳ

ସ୍ବେଦ ଶୁଖାଏ ଯେତେ।

ବାୟୁ ମଣ୍ଡଳ ଶୁଦ୍ଧ ହୁଅଇ

ପାଇତୋ ଅମ୍ଳଜାନ।

ଶିବସାଜି ଅଙ୍ଗାର କାମ୍ଲ

 ବିଷକୁ କରୁ ପାନ।

ବରଷା ଆସେ ତୋହର ଡାକେ

 ହୁଏ ଜନ କଲ୍ୟାଣ।

ତୋହର ଦାନ ବସ୍ତ୍ର ଭୂଷଣ

ଗୃହ ସାମଗ୍ରୀ ମାନ।

ସଠିରୁ ଯୁଇ ସବୁଠି ଲୋଡା

ତୋ ଅସ୍ଥିର ଦହନ।

ଔଷଧ ତୋର ଛାଲିରୁ ଚେର

ପୂଜା ହୁଏ ଚନ୍ଦନ।

ଦଧିଚିପରି ତୋ ଅବଦାନ

କରୁଛୁ କେତେ ପୁଣ୍ୟ।

ଗୃହ ସାମଗ୍ରୀ କଡି ଚୌକାଠ

ସବୁତୋ ଅବଦାନ।

ଖାଦ୍ୟ ବାସକୁ ବସ୍ତ୍ର ଶ୍ବାସକୁ 

ସବୁରେ ତୋର ଦୟା

ମାଆର ସମ ପ୍ରାଣୀଙ୍କୁ ପାଳୁ

ଦେଇ ତୋ ଛତ୍ରଛାୟା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational