STORYMIRROR

Gyanendriya Dash

Inspirational Others Children

4  

Gyanendriya Dash

Inspirational Others Children

ଗଛ ଉବାଚ

ଗଛ ଉବାଚ

1 min
394


ରହ ରହ ଭାଇ ଟିକେ, ବୁଝ ମୋ ମରମ,

ବୁଦ୍ଧି ଜ୍ଞାନ ଥାଇ ତୁମ, ମଣିଷ ଜନମ ।।

ନିଜ ସ୍ୱାର୍ଥ ରକ୍ଷା ପାଇଁ, କାଟ ନାହିଁ ମୋତେ,

ଜନମ ଲଭିଛି ସର୍ବ, ପ୍ରାଣୀଙ୍କର ହିତେ ।।

ଗଛ ବିନା ପ୍ରାଣୀଙ୍କର, ଅସ୍ତିତ୍ବ ଯେ ନାହିଁ,

ଗଛ ଥିଲେ ଅମ୍ଳଜାନ, ପାଇବ ହେ ଭାଇ ।।

ମମ ପାଇଁ ହେ ମାନବ, ସୁଖ ଲାଭ କର,

ଜଙ୍ଗଲରୁ ଜାତ ଦ୍ରଵ୍ୟ, ତୁମେ ପ୍ରାପ୍ତ କର।  ।।

କେତେ ପ୍ରାଣୀ ବନ୍ୟ ଜନ୍ତୁ, ପାଆନ୍ତି ଆଶ୍ରୟ,

ସୁଜଳା ସୁଫଳା ମହୀ, ସବୁଜିମା ମୟ। ।।

ଫଳ ପୁଷ୍ପ ଛାଇ ସବୁ, ମୋ ଅମୂଲ୍ୟ ଦାନ,

ମୋ ପାଇଁ ତ ବର୍ଷା ହୁଏ, ଜଳ ହିଁ ଜୀବନ ।

ପ୍ରତକ୍ଷ୍ୟରେ ପରୋକ୍ଷରେ, ଆହାର ମୁଁ ଦିଏ,

ପର ସ୍ୱାର୍ଥ ହିତ ପାଇଁ, ଜନମ ମୁଁ ନିଏ ।।

କେତେ ଆଶା ଭରସାରେ, ତୁମ ଜାତି ଭାଇ,

ଲଗାଇଛି ଯତନରେ,ମୋତେ ତୁମ ପାଇଁ ।।

କାଟିବା ପୂର୍ବରୁ ଗଛ, ଚିନ୍ତା କର ଥରେ,

କାଟିବାକୁ ବାହାରିଛ, କେଉଁ ସାହାସରେ ।।

ମଣିଷ ଭାଇ ମୋ ଶୁଣ, ନ ହୋଇ ନିଷ୍ଠୁର,

ନ କାଟି ଗଛକୁ ବରଂ, ରୋପଣ ଯେ କର ।।

       


Rate this content
Log in

Similar oriya poem from Inspirational