ଗଛ ଓ ନାରୀ
ଗଛ ଓ ନାରୀ


ଥିଲା ଏକ ଗଛ
ଥୁଣ୍ଟା ପତ୍ରହୀନ ଶ୍ରୀହିନ
ଡାକୁଥିଲା ବିକଳ ରେ ମେଘ କୁ
ହେ ମେଘ ଟିକେ ବର୍ଷି ଯା
ଭରିଦେ
ମୋ ଶାଖା ରେ ଶାଖା ରେ
ଶ୍ୟାମ ସବୁଜିମା l
ସୌନ୍ଦର୍ଯ୍ୟ ର ଲାଳିମା
ଭରି ଦେ
ମୋର ପ୍ରତି ଟି ଅଙ୍ଗ ରେ ।
ହଁ
ମେଘ ଶୁଣିଲା
ବର୍ଷା ବି ହେଲା
ଥୁଣ୍ଟା ଗଛ ଟି
ଶ୍ରୀମଣ୍ଡିତ ହେଲା
ସବୁଜିମା ର ଅଳଙ୍କାର ନାଇଲା
ଅଙ୍ଗେ ଅଙ୍ଗେ ନେସି ହେଲା
ଯୌବନ ର ଚିହ୍ନ ।
ସମୀର ର ସ୍ପର୍ଶ ରେ
ଗଛ ଗାଇଲା ପ୍ରେମ ସଙ୍ଗୀତ ।
ମେଘ ହସିଲା
କହିଲା
ଖୁସି ତ
ଏଥର
ଗଛ ର ହସକୁରୀ ମୁହଁ ଟା ଶୁଖିଗଲା
ଅଜଣା ଆତଙ୍କର ଆଶଙ୍କାରେ ।
ବିବ୍ରତ କଲେ
ଅନାବନା ଚିନ୍ତା ସବୁ
ଏ ଅନନ୍ତ ସୌନ୍ଦର୍ଯ୍ୟ
ତାର ଭଗାରୀ ହେବନି ତ
ତାକୁ ଝୁଣି ଝାଣି
ଶ୍ରୀହିନ କରି ଦେବେନି ତ
ଦେହଭକ୍ଷୀ ଜାନୁଆର ଗଣ
କାରଣ
ସଦ୍ୟ ଯୌବନ ବତୀ
ସୁନ୍ଦରୀଙ୍କ ସର୍ବନାଶ କରିବାକୁ
ଲୋଭିଲା ଆଖିର ଅଭାବ ନାହିଁ ତ
ଏଇ ଦୁନିଆଁ ରେ
ସେ ଗଛ
ହେଉ କି
ନାରୀ
କିଛି ଫରକ ନାହିଁ ।