STORYMIRROR

ସନାତନ ଦାସ

Inspirational

4  

ସନାତନ ଦାସ

Inspirational

ଗଛ ନୁହେଁ ଦେବତା

ଗଛ ନୁହେଁ ଦେବତା

1 min
295

ସେ ବିଷ ପିଇ ଆମକୁ ଦିଏ ଅମୃତ

ଆମ ନୃଶଂଶତା ବଦଳରେ

ଭେଟିଦିଏ ଆମ ପାଦ ତଳେ

ତାର ସମସ୍ତ ଅବୟବ କୁ

ନିସଙ୍କକୋଚ ରେ...।।


ହଁ, ଏ ସେଇ ଗଛ ଯେ,

ଦେଖିଚି ମୋର ପିତୃ ପିତାମହ,

ଆଉ ଏବେ ଦେଖିଚି ମୋତେ,

ଆଉ ରହିଥିବ ମୋ ଉତ୍ତର ପୁରୁଷଙ୍କ

ନିମନ୍ତେ ଅତୀତର ମୁକ ସାକ୍ଷୀ ।।


ଗଛ ନୁହେଁ, ସେ ମଣିଷଟିଏ,

କହୁଚି ଆଜି ବିଳାପ କରି

କାଟ ନାହିଁ ମୋ ଅଙ୍ଗକୁ,

ନଷ୍ଟ କର କରନାହିଁ ମୋର

ଉତ୍ତର ପୁରୁଷକୁ....।।


ହେ ମନୁଷ୍ୟ, ମୋ ବିନା ପୃଥିବୀ,

ଯେମିତି ଜଳ ବିନା ମାଛ,

ଶ୍ୱାସ ବିନା ଜୀବନ,

ଅସମ୍ଭବ! ଅସମ୍ଭବ!!


ହୁଏ ସଚେତନ, କର ଜାଗରଣ

ହାତ ବଢ଼ାଇ ସହଯୋଗରେ,

କରିଦିଅ ଏ ପୃଥିବୀକୁ

ସବୁଜିମାର ଏକ ସୁନ୍ଦର ଘର...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational