STORYMIRROR

Brundabana Pradhan

Inspirational

4  

Brundabana Pradhan

Inspirational

ଗଛ ଲଗାଇବା

ଗଛ ଲଗାଇବା

1 min
251


ମଣିଷ ଗୋଟେକୁ ଗଛ ଗୋଟେ 

ଆସ ଲଗେଇବା ନିଜ ବାରିପଟେ। 

ଶୁଦ୍ଧ ଅମ୍ଳଜାନ ପାଇବା ପାଇଁ 

ଗଛ ଲଗାଇବା ମନ ଲଗାଇ ।।


ଆସରେ ଆସ ଭାଇ ଭଉଣୀ 

ଗଛରେ ଅଛି କେତେ କାହାଣୀ। 

ଗଛ ଦେବ ଛାଇ ଆମରି ପାଇଁ 

ଗଛ ଲଗାଇବା ମନ ଲଗାଇ।। 


ହଳଦିବସନ୍ତି ଆଦି ତାହାରି ଡାଳେ 

ବିହଙ୍ଗ ରାବନ୍ତି ସଞ୍ଜ ସକାଳେ।

ଦିଏ ଫଳ ଫୁଲ ଆମରି ପାଇଁ 

ଗଛ ଲଗାଇବା ମନ ଲଗାଇ।। 


ଆସ ଭାଇ ଆଜି ସପଥ ନେବା 

ମଣିଷ ଗଛ ଗୋଟେ ଲଗାଇ ଦେବା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational