ଗଛ ଲଗାଅ
ଗଛ ଲଗାଅ
ପିଲାଏ ତୁମେ ରଖ ଜାଣି,
ଗଛ ଲଗାଇବା ସଭିଏଁ ମିଳି,
ନିତି ଜଦି ତାକୁ ଦେବ ପାଣି,
ଦିନେ ପରିବେଶ ପୁଣି ହବ ସମ୍ଭାଳି।
ଗମଲାରେ ଗଛ ଯେବେ ଯିବ ବଢି,
ଖୋଲା ଯାଗାରେ ତାକୁ ଦବ ଲଗାଇ,
ହସିବ ଦିନେ ତାର ଫୁଲ କଢି,
କେତେ ସାହାଯ୍ୟ ସେ ତୁମକୁ କରଇ।
ତାର ଛାଇରେ ଯେବେ ବସିବ,
ଖରା ଦାଉରୁ ସେ ନବ ବନ୍ଚାଇ,
ହାଲୁକା ହାଲୁକା ପବନ ଦବ,
ତୁମର ମନ ସେ ନବ ମୋହି।
