STORYMIRROR

Banalaxmi Mohanty

Inspirational

3  

Banalaxmi Mohanty

Inspirational

ଗଛ ଆମରି ମିତ

ଗଛ ଆମରି ମିତ

1 min
238


ଗଛ ଆମରି ମିତ ରେ ଭାଇ 

   ଗଛ ଆମରି ମିତ 

ତା, ରି ସାଥେ କାଟୁଛୁ ଆମେ

  ଖରା,ବରଷା,ଶୀତରେ ଭାଇ

  ଖରା, ବରଷା, ଶୀତ।। 


ଆମକୁ ଦିଏ ଫୁଲ ଓ ଫଳ 

 ଆମରି ଦେହେ ଭରେସେ ବଳ

ତା,ରି ପାଇଁ ବଞ୍ଚିଛି ଏଇ

  ସୁନ୍ଦର ଜୀବ ଜଗତରେ ଭାଇ

   ସୁନ୍ଦର ଜୀବ ଜଗତ।। 


ଆମକୁ ଦିଏ ଅମଳ ଜାନ

  ଗ୍ରୀଷମେ ଛାଇ କରଇ ଦାନ

ବରଷା ହୁଏ ତାରି ପାଇଁ 

  ତା,ପରି କେହି ନାହିଁ ରେ ଭାଇ

 ତା, ପରି କେହି ନାହିଁ।। 


ଗଛରୁ ଆମେ ଜାଳେଣି ପାଉ 

  କାଠରେ ତାର ଘର ବନଉ

 ହୁଏ ଆସବାବ ପତ୍ର

  ଲୋଡା ହୁଏ ସର୍ବତ୍ର ରେ ଭାଇ

 ଲୋଡା ହୁଏ ସର୍ବତ୍ର ।। 



ଆସରେ ଭାଇ ଗଛ ଲଗାଇ

 ତା, ସାଥେ ବସିବା ମିତ 

ଗଛକୁ କେବେ ହାଣିବା ନାହିଁ 

କରିବା ଆମେ ଶପଥ ରେ ଭାଇ

 କରିବା ଆମେ ଶପଥ।। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational