ଗଭୀର
ଗଭୀର


' ଗଭୀର '
ଏ କଣ ଗୋଟେ ଶବ୍ଦ
ଏ ତ ଅନୁଭବ ଟେ
ଅଭିଜ୍ଞତା ,
ଘାଆ,
ସ୍ମୃତି ,
ସମୁଦ୍ରକୁ ବି ପୋଡେ ତା ' ପାଣିଆ ଦେହର
ଖଣ୍ଡିଆ ରେ ଟୋପେ ଲୁଣ ବାଜିଗଲେ ।।
ଗହୀର ଆକାଶରେ ବି ବାଦଲ ଫାଟେ
ଚିରିଦେଇ ମାଟିର ଛାତି ।।
' ଗଭୀର ' କଣ ଗୋଟେ ଶବ୍ଦ?
ଆଖି ର ମଖା ଲାଞ୍ଜି କଳା ଗାର ତଳେ
ଦିଶୁଛି କି କେତେ ରକମ ରକ୍ତ କୂପ?
ଦିଶୁଛି କି ଓଠ କଣରେ ଲାଖିଥିବା ହସଟିରେ
ଝୁଲିଥିବା ହରେକ କ୍ଷତ?
ଜୀବନ ଭିତରେ ନଈ ର ଖାଈ ସବୁ
ଅଙ୍କେଇ ବଙ୍କେଇ ପିଟୁଥାଏ ବାଟପଥର ସବୁରେ ମୁଣ୍ଡ,
ଚିହ୍ନ ଟେ ତ ହବ ହି
ପ୍ରଥମେ ଗୋଲାପି ପରେ ପରେ
ଶୁଖି ଚୋପାଛାଡି କଳା ତ
ପଡିବ ହି ।।
ଗହୀର ଆଉ କଣ କି !
ଗୋଟେ ଶବ୍ଦ ଟେ ତ ,
ବାସ୍ ଖୋଜୁଥାଏ ଆଳ
ବସିଯିବାକୁ
ଗୋଟିଏ ପାହାଚରେ ବହୁକାଳ
ପୋତି ଦେଇ ଛତା ।।