STORYMIRROR

Anupama Sahu

Classics

4  

Anupama Sahu

Classics

ଗୌତମ ବୁଦ୍ଧ

ଗୌତମ ବୁଦ୍ଧ

1 min
410

ବୈଶାଖ ପୂର୍ଣ୍ଣିମା  ପବିତ୍ର ତିଥିରେ 

   ଜନ୍ମିଲେ କୁଳ ନନ୍ଦନ 

ପିତା ଶୁଦ୍ଧୋଦନ  ମାତା ମାୟାବତୀ 

   କୋଳ କରିଣ ମଣ୍ଡନ ।୧।


କପିଳବାସ୍ତୁର  ଲୁମ୍ବିନୀ ଉଦ୍ୟାନ 

   କୋଳାହଳେ ଗଲା ପୁରି 

ପହିଲି ପରଶେ  ପବିତ୍ର ହୋଇଲା 

   ରାଜାଙ୍କ ରାଜ ନଗରୀ ।୨।


ଅତି ସରାଗରେ  ପିତାମାତା ଦେଲେ 

   ସିଦ୍ଧାର୍ଥ ନାମକୁ ସେହି 

ବଡ ହୋଇ ପୁଣି  ଜ୍ୟୋତି ପ୍ରକାଶିଲେ

   ବୁଦ୍ଧ ନାମ ଛନ୍ତି ବହି ।୩।


ରାଜସିକ ସୁଖ  ତୁଚ୍ଛ ଯେ ମଣିଲେ

  ଗୃହ ତ୍ୟାଗୀ ହୋଇଗଲେ

ସନ୍ନ୍ୟାସୀ ବେଶକୁ  ଆବୋରିଣ ପୁଣି 

  ଦେଶୁ ଦେଶାନ୍ତର ହେଲେ ।୪।


ବୁଦ୍ଧଗୟାର ସେ  ବୋଧି ଦ୍ରୁମ ତଳେ 

   ତପସ୍ୟାକୁ ଆଚରିଲେ

କଠୋର ତପସ୍ୟା  ବଳରେ ପୁଣି ଯେ 

   ଜ୍ଞାନ ପ୍ରାପ୍ତ ହୋଇ ଥିଲେ ।୫।


ଜ୍ଞାନ ପ୍ରାପ୍ତି ପରେ  ବୁଦ୍ଧଦେବ ନାମେ 

  ସଂସାରେ ବାଣ୍ଟିଲେ ଜ୍ଞାନ 

କାମନା ବିନାଶ  ଦୁଃଖର ବିନାଶେ 

   ଜୀବନ ହୋଇବ ଧନ୍ୟ ।୬।


ଅହିଂସା ପରମ ଧର୍ମ, ଜୀବେ ଦୟା 

   ପୁଣି ଯେ ଅଷ୍ଟାଙ୍ଗ ମାର୍ଗ 

ମହତ ବାଣୀକୁ  ପାଳନ କରିଲେ 

   ଜୀବନ ହୋଇବ ସ୍ୱର୍ଗ ।୭।


ବୈଶାଖ ପୂର୍ଣ୍ଣିମୀ  ତିଥିରେ ବୁଦ୍ଧତ୍ୱ 

  ହୋଇଥିଲେ ସେ ପ୍ରାପତ 

ସେହି ଦିନଟି ବୁଦ୍ଧ ପୂର୍ଣ୍ଣିମା ନାମେ 

  ଜଗତେ ହୋଇଛି ଖ୍ୟାତ ।୮।


          

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics