STORYMIRROR

Ajit Kumar Raut

Tragedy Inspirational

3  

Ajit Kumar Raut

Tragedy Inspirational

ଗୌରବାନିତ୍ବ କରେ

ଗୌରବାନିତ୍ବ କରେ

1 min
237


ସ୍ବତନ୍ତ୍ର ଭାରତେ ଗୌରବର କ୍ଷଣ


ଉତ୍ସାହିତ କରେ ମନ,


ଅଲିମ୍ପିକ୍ସ ଖେଳ ଆନନ୍ଦ ଦେଇଛି


ଖୁସି ଆଜି ଜନମନ।୧।


ରାଷ୍ଟ୍ର ପ୍ରେମୀ ଆଜି ରହିଛନ୍ତି ଲାଗି


ବିଶ୍ବଗୁରୁ ହେବା ପାଇଁ,


ନାରୀ ନିର୍ଯ୍ୟାତନା କାହିଁକି ଦେଶରେ?


ଅଭିଶାପ କାହିଁ ପାଇଁ?୨।


ଏ ଆତ୍ମନିର୍ଭର ଡଙ୍କା ବାଜୁ ଅଛି


ଆତ୍ମବିଶ୍ୱାସରେ ଭରି,


ସବୁ କ୍ଷେତ୍ର ଆଜି ଶକ୍ତିଶାଳୀ ହୁଏ


ନିସ୍ବାର୍ଥର ଭାବ ଧରି।୩।


ଜାତି ଜାତି ରାବ୍ କାହିଁକି ହେଉଛି?


ଶାସ୍ତ୍ରରେ ଜାତି ହିଁ ଦୁଇ,


ଉନ୍ନତି ନିମନ୍ତେ ସଂରକ୍ଷଣ ଥିଲା


କାହିଁକି ଚିନ୍ତିତ ଭାଇ? ।୪।


ଦେଶ ଗୌରବେ କାହିଁକି ବିରୋଧ?


ସେନା ପରାକ୍ରମେ ପୁଣି,


କାହିଁକି ବିରୋଧ ଦେଶ ସୁରକ୍ଷାରେ?


ଦେଖି ଲଜ୍ୟା ଲାଗେ ଜାଣି।୫।


ଦୁରାଚାରୀ ଜନ କଳଙ୍କିତ କରେ


ନାରୀ ନିର୍ଯ୍ୟାତନା କରି,


ନେତାଗଣ ଆଜି ତାଣ୍ଡବ କରନ୍ତି


ଦେଶର ଶତ୍ରୁଙ୍କ ପରି।୬।


ଗୌରବର ଗାଥା ଲେଖୁଛି ଭାରତ


ଆତ୍ମନିର୍ଭରଟି ହୋଇ,


ଆତ୍ମବିଶ୍ୱାସରେ ଉତ୍ସାହିତ ସର୍ବେ


କର୍ମପଥେ ଆଜି ସେହି।୭।


ନୂଆ ଇତିହାସ ବନୁଛି ଦେଶରେ


ନୂଆ ନୂଆ ଆବିଷ୍କାର,


ଦେଶ ପ୍ରେମୀ ଆଜି ଲାଗି ରହି ଛନ୍ତି


ପଥ ହୁଏ ପରିଷ୍କାର।୮।


ଗାଆଁ ଭାରତଟି ଆସେ ମାନଚିତ୍ରେ 


ଦୀର୍ଘ ବର୍ଷ ପରେ ଆଜି,


ସବୁ ସୁବିଧାରେ ଯୋଡ଼ି ଯାଉ ଅଛି


ସବୁ ଆବଶ୍ୟକେ ଆଜି।୯।


ସ୍ବତନ୍ତ୍ର ଭାରତେ ଗୌରବର କ୍ଷଣ


ଉତ୍ସାହିତ କରେ ମନ


ଅଲିମ୍ପିକ ଖେଳ ଆନନ୍ଦ ଦେଇଛି


ଖୁସି ଆଜି ଜନମନ।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy