STORYMIRROR

Puspanjali Panda

Abstract

2  

Puspanjali Panda

Abstract

ଗାଁରୁ କିଛି

ଗାଁରୁ କିଛି

1 min
119

ସେଦିନ

ନଟ ବାରିକ କାନ୍ଦୁଥିଲା

ଦୁଃଖକାରଣ ସେଲୁନ୍ ବାଲା

କହିଲା

ଆଯିକାଲି ସବୁ ପିଲା ଯାଇ

ସେଲୁନ୍ ଚିଆରେଯାଇ ବସି

ଚୁଟି କାଟୁଛନ୍ତି ହସି ହସି

ମୋର ଦି ଦିନ ବେକାର ଗଲା

ଜଣେ କେହି କାଟିଥାନ୍ତା ଭଲା

କୂଳ ବେଉସା ବୁଡ଼ି ଗଲାଣି

ଯେବେଠୁ

ନଟ ସାମଲ ପାର୍ଲର କଲାଣି

ଗାଁ ବଦଳି ଟାଉନ୍ ହେଲା

ଚମ୍ପି ମା ଘାସ କାଟୁଥିଲା

ଏଵେ ନୋମିନି କଣ ଯେ ହେଲା

ଗାଁ ସାରା ଉଠ ବସ କଲା

ଟଙ୍କିକିଆ ଚାଉଳ ଖାଇକି

ଫୁସି ସାଆନ୍ତ କରେ ଭେଳିକି

କହେ

ଚାଷ କିଏ ସେ କରିବ ଭଲା

ନଟ ବାରିକ ଟା କାନ୍ଦୁଥିଲା

ଧ୍ରୁବ ନାହାକ ଖଡି ଦେଖିଛି

ପୃଥୀ ଧ୍ୱସଂ ହେବାକୁ ଯାଉଛି

ଠାକୁରାଣୀ ପାଖେ କରେ ପାଲା

ଗାଈ ଗୋଠରୁ ଧାଇଁ ଚାଲିଛି

ମକରା ଆ,ଆ, ଡାକୁୁଛି

ଗାଈ ମଣିଷ ର ଠେଲାପେଲା

ନଟ ବାରିକ ଟା କାନ୍ଦୁଥିଲା

ମଗା ଡ଼ଙ୍ଗା ଟା ଭାଙ୍ଗି ପଡିଛି

ସୁନା କୁମ୍ଭାରୁଣୀ ନବ କହିଛି

କିଏ କାହିଁ ପାରିହେବ ଭଲା

ନଈ ଏମୁଣ୍ଡ ସେମୁଣ୍ଡ ହୋଇ

ପୋଲ ଗୋଟାଏ ପଡିଛି ଶୋଇ

ଗାଡ଼ି ମଟର ଯାଆସ କଲା

ନଟ ବାରିକଟା କାନ୍ଦୁଥିଲା

କିଛି କରିତ ପାରିବି ନାହିଁ

ବୋଧ ଦେବି ଅବା କଣ କହି

ହୃଦୟ ଟା ମୋ ପଥର ହେଲା

ନଟ ବାରିକ।ଘରକୁ ଗଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract