Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maitreyee Kamila

Inspirational

4  

Maitreyee Kamila

Inspirational

ଗାନ୍ଧିଜୀଙ୍କ ସ୍ୱପ୍ନ ର ଭାରତ

ଗାନ୍ଧିଜୀଙ୍କ ସ୍ୱପ୍ନ ର ଭାରତ

1 min
253



ଆଜି ତୁମ ସ୍ୱପ୍ନର ଭାରତରେ ଜାତି,ଧର୍ମ ,ବର୍ଣ୍ଣ ନିର୍ବିଶେଷରେ

ସାମ୍ପ୍ରଦାୟିକ ଐକ୍ୟ ମଥା ଟେକିଛି

ଛୁଆଁ ଅଛୁଆଁ ଭେଦଭାବ କୁଣିଆ ହୋଇ ଦେଶ କୁ ଗ୍ରାସୁଛି

ନିଶାମୁକ୍ତି ର କଥା ନକହିଲେ ଭଲ

ଗ୍ରାମୀଣ ବିକାଶରେ ଖଦିର ପ୍ରଚଳନ, କୁଟୀର ଶିଳ୍ପ ସାମିଲ ହୋଇଛି

ସ୍ଵଛ ଭାରତ ଅଭିଯାନରେ ଗାଁ ର ପରିମଳ ବ୍ୟବସ୍ଥା

ଶ୍ରେଷ୍ଠତ୍ୱ ହାସଲ କରିଛି

ଏତେ ସବୁ ପରେ ମଧ୍ୟ ତୁମେ ଦେଶ ପାଇଁ ମହାନ ହୋଇ ପାରିନାହଁ

ତୁମ୍ଭ ପ୍ରତିମୂର୍ତ୍ତିରେ କେତେବେଳେ କେମିତି କଳଙ୍କ ଲାଗି ଯାଉଛି

ତୁମ ସ୍ୱପ୍ନର ଭାରତ ବର୍ଷରେ

ନାରୀ ଆଜି ପୁରୁଷର ସମକକ୍ଷ

ହେଲେ ଅସହାୟ ପଣରେ ଆଜି ମଧ୍ୟ ପାପୀର ବର୍ବରତା ର ଶିକାର ହେଉଛି

କୃଷିଭିତ୍ତିକ ଗ୍ରାମରେ ଚାଷକରି କୃଷକ ପରିବାର ଚଳେଇବାରେ ଅସମର୍ଥ

ତୁମର ସତ୍ୟାଗ୍ରହ, ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ

ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷର ରେ ଲିପିବଦ୍ଧ

ତୁମେ ଥିଲ

ସହିଷ୍ଣୁତାର ମୂର୍ତ୍ତିଟିଏ

ସତ୍ୟ, ସଂଯମର ସାଧକ ଟିଏ

ସ୍ୱରାଜ୍ୟ, ଅହିଂସା, ସ୍ୱଦେଶୀର ପୂଜାରୀଟିଏ

ଆଜି ତୁମ ସ୍ବପ୍ନର ଭାରତରେ

ଗାନ୍ଧୀ ଏକ ଵିଚାର

ଏକ ଅନନ୍ୟ ଅନୁଭବ

ଏକ ସାମାଜିକ ମୂଲ୍ୟବୋଧ






 


Rate this content
Log in

Similar oriya poem from Inspirational