ଗାନ୍ଧୀଙ୍କୁ ନଦେଲେ ହେଉନି
ଗାନ୍ଧୀଙ୍କୁ ନଦେଲେ ହେଉନି
ହେ ! ଗାନ୍ଧୀ ମହାତ୍ମା ତୁମେ ପୂଜ୍ୟ ଆତ୍ମା
ଚିରବନ୍ଦନୀୟ ତୁମେ ।
ତୁମେ ଚାଲି ଗଲ ବଡ଼ ଭୁଲ କଲ
ଆସ ବାପୁ ଫେରି ତୁମେ ।।
ତୁମ ବିନା ରୋଗୀ ନିତି ମରୁ ଅଛି
ଡାକ୍ତର ମାଗେ ତୁମକୁ ।
ଶିକ୍ଷା ଜ୍ଞାନ ଦୀପ ଜାଳିତ ପାରେନା
ନ ଦେଇ ପାରି ଗୁରୁକୁ ।।
ଦୋଷୀ ପାଇଁ ଯଦି କହେ ହାକିମକୁ
ମାଗନ୍ତି ତୁମ ମୁଣ୍ଡକୁ ।
ଖୋଲି ଆଖି ଦେଖେ ଦୋଷୀ ଧୀରେ ଖସେ
ଗେଞ୍ଜିଣ କରେ ତୁମକୁ ।।
ଯାଏ ନ୍ୟାୟାଳୟ ଯଦି ନ୍ୟାୟ ପାଇଁ
ସେଠି ବି ଲୋଡା ତୁମକୁ ।
ଖଟିଲେ ମୁଁ ଖାଏ ନହେଲେ ଉପାସେ
କେମିତି ଦେବି ଗାନ୍ଧୀକୁ ।।
ଝିଅକୁ ମୋହର ନେଲାନି ତା ବର
ଦେଲାଯେ ଛାଡି ବେ
ଦିରୁ ।
ନଦେଇ ପାରିଲି ବୋଲି ଗାନ୍ଧୀ ନାଲି
ପଚାଶଟି ମାେ ଥଳିରୁ ।।
ପୁଅଟି ମୋହର ରହିଲା ବେକାର
ଗାନ୍ଧିଜୀ ପାଇଁ ତୁମରି ।
ନଦେଇ ପାରିଲି ତୁମ ମୁଣ୍ଡ ବୋଲି
ବାବୁଙ୍କୁ ଯେ ସରକାରୀ ।।
ଦିନ ଦିନ ମୁଁହି ନିର୍ଯାତିତ ହେଲି
ନାର୍ଯ୍ୟ ମୋର ମିଳେ ନାହିଁ ।
ଆସ ଫେରି ବାପୁ ପୁଣି ଭାରତକୁ
ଅହିଂସା ତୁମର କାହିଁ ।।
ବରଷାରେ ଘର ଝରେ ଝର ଝର
ଚାଳରୁ ନିଇତି ପାଣି ।
ସରପଞ୍ଚ ମାଗେ ନିତିଯେ ତୁମକୁ
ବିଡିଓ ପାରେନା ଶୁଣି ।।
ଭାବୁଛି ମୁଁ ଗାନ୍ଧୀ ଥିଲେ ତୁମେ ପାଖେ
ହୋଇବ ମୋହରି କାର୍ଯ୍ୟ ।
ତୁମକୁ ଦେଖିଣ ନ ମାଗିବେ ଗଣ
ନ କରିବେ ମୁଣ୍ଡ ଧାର୍ଯ୍ୟ ।।