Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଗାନ୍ଧୀଙ୍କୁ ହେଲା ମରଣ

ଗାନ୍ଧୀଙ୍କୁ ହେଲା ମରଣ

1 min
324


ଅଷ୍ଟମ ଗରଭ ସନ୍ତାନକୁ କେବେ 

ମାରିକି ପାରିଲା କଂସ

ସତ୍ୟ ଚିରନ୍ତନ ନିଶ୍ଚେ ହୋଇଥାଏ 

କାଳେ ତାହାର ପ୍ରକାଶ l


ବିଶ୍ୱରେ ପ୍ରଚାରି ସତ୍ୟ ପ୍ରେମ ବାଣୀ 

କ୍ରୁଷ୍ ପରେ ହେଲେ ବିଦ୍ଧ

କାଳେ ହେଲା ପୁଣି ଈଶ୍ୱରଙ୍କ ପୁତ୍ର 

ଯୀଶୁଖ୍ରୀଷ୍ଟ ବାଣୀ ସିଦ୍ଧ l


ସକ୍ରେଟିସ ସତ୍ୟ ବାଣୀ ପ୍ରଚାରିଲେ 

ପଛେ ପଡ଼ିଗଲେ ଲୋକ

ସତ୍ୟ କଥନରେ ରହିଲେ ଅଟଳ 

ପିଇ ପଛେ ହେମଲୋକ l


ପୃଥିବୀ ସୂର୍ଯ୍ୟଙ୍କୁ ପରିକ୍ରମା କରେ 

ଏହା ଅଟେ ଧ୍ରୁବ ସତ୍ୟ

ଗାଲିଲିଓ ହେଲେ ହନ୍ତସନ୍ତ ସିନା 

ସତ୍ୟ ହୋଇଲା ପ୍ରକଟ l


ସତ୍ୟର କଣ୍ଠକୁ ରୋକିବା ପ୍ରୟାସ 

ଅଜ୍ଞାନତା ଅଟେ ସିନା

ସତ୍ୟେ ଆତଯାତ ଏ ବିଶ୍ୱ ଜଗତ 

ସଦା ଏହା କର ଘେନା l


ଆମ ଆର୍ଯ୍ୟଭୂମି ଏଇ ଭାରତରେ 

ସତ୍ୟ ଅହିଂସା ପୂଜାରୀ

ଗାନ୍ଧୀ ବୋଲି ଜଣେ ମହାତମା 

ଦିନେ ଆସିଥିଲେ ଅବତରି l


ବିଶ୍ୱାସ ହେବନି ଏକଥା କହିଲେ 

ବିଶ୍ୱର ବଡ଼ ବିଜ୍ଞାନୀ

ରକ୍ତ ମାଂସ ଧାରୀ ମଣିଷ ଏପରି 

ଚାଲିଥିଲା ଏ ମେଦିନୀ l


ବିଶ୍ୱ ଭରେ ଆଜି ଚରଚା ହେଉଛି 

ଗାନ୍ଧୀଗିରି ଗାନ୍ଧୀ ନୀତି

କେତେ ଜ୍ଞାନୀ ଗୁଣି ଗାନ୍ଧୀ ଗୁଣ ଗୁଣି 

ଗବେଷଣା କରୁଛନ୍ତି l


ଲୋକେ କହୁଛନ୍ତି ଲୋକେ ବୁଝିବାକୁ 

ଗାନ୍ଧୀଙ୍କୁ ହେଲା ମରଣ

ଅମ୍ଳାନ ସେ ଦୀପ ଶିଖା ଲିଭାଇବ, 

କିଏ ଏଡ଼େ ବଳିୟାନ l


ଗାନ୍ଧୀଙ୍କର ଯେବେ ମୃତ୍ୟୁ ହୋଇଯିବ 

ସତ୍ୟ ଲିଭିବ ସଂସାରୁ

କୋଟିଏ ପ୍ରଣାମ ହେ ମହାମାନଵ 

ମହାତମା ବିଶ୍ୱ ଗୁରୁ l


Rate this content
Log in

Similar oriya poem from Inspirational