STORYMIRROR

Baijayantimala Rout

Abstract

3  

Baijayantimala Rout

Abstract

ଗାନ୍ଧୀଜିଙ୍କ ତିନି ମାଙ୍କଡ଼

ଗାନ୍ଧୀଜିଙ୍କ ତିନି ମାଙ୍କଡ଼

1 min
11.7K

ଦେଖିବି ନାହିଁ ଖରାପ କଥା

ଶପଥ କରେ ଆଜି ,

କହିବି ନାହିଁ ଖରାପ କଥା 

ସତ୍ଯ ବାଣୀରେ ଭାଜି ।

ଶୁଣିବି ନାହିଁ ଖରାପ କଥା 

କରୁଛି ଆଜି ପଣ ,

ଗାନ୍ଧୀଜୀଙ୍କ ଏ ମହତବାଣୀ 

ମନଦେଇକି ଶୁଣ ।

ଜୀବନେ କେବେ କରିବ ନାହିଁ 

ଅନ୍ଯାୟ ଭରା କର୍ମ,

ସତପଥରେ ଚାଲିବା ନିତି 

କରିବ ନ୍ଯାୟ ଧର୍ମ ।

ମିଥ୍ଯା ବାଣୀକୁ ଭଜିବା ନାହିଁ 

 ଜୀବନେ କେବେ ଆମ ,

ସତ୍ୟ ବାଣୀକୁ ଭଜିବା ନିତି 

କରିବା ସଚ୍ଚା କାମ ।

କଥାରେ କଟୁ ନଥିବ ଆମ

ମୁଖରେ ଭରି ମଧୁ ,

ପରକୁ କରି ନିଜର ଆମେ 

ହୋଇବା ପାରି ସିନ୍ଧୁ ।


Rate this content
Log in

Similar oriya poem from Abstract