Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

4  

KRUTIBAS NAYAK

Inspirational

ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଆଗମନ

ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଆଗମନ

1 min
202



ଗାନ୍ଧୀଜୀ ଆସିଲେ ଓଡ଼ିଶା ଦର୍ଶନେ ଉଣେଇଶ ଏକୋଇଶରେ,

ଦୋଳ ପୂର୍ଣ୍ଣିମାର ଉତ୍ସବ ଦିନରେ ପାଦଦେଲେ କଟକରେ ।


ତାଙ୍କୁ ଦେଖିବାକୁ ହଜାର ହଜାର ଲୋକେ କରିଥିଲେ ଭିଡ଼,

ମହାତ୍ମା ଗାନ୍ଧୀଙ୍କ ଜୟଧ୍ଵନି ଦେଲେ କମ୍ପିଲା କଟକ ଗଡ଼ ।


ଭିଡ଼କୁ ଆଡ଼େଇ ମୋଟର ଗାଡ଼ିରେ ଗଲେ ସ୍ଵରାଜ ଆଶ୍ରମ,

ଓଡ଼ିଶାବାସୀଙ୍କ ଶ୍ରଦ୍ଧାଭକ୍ତି ପାଇ ସେଇଠି ନେଲେ ବିଶ୍ରାମ ।


କାଠଯୋଡ଼ି କୂଳ ଗଣେଶ ଘାଟର ବାଲୁକା ଶଯ୍ୟାରେ ସଭା,

ଜନସମୁଦ୍ରକୁ ଦେଖି ନେତା ପୁଣି ଗାନ୍ଧୀଜୀ ହୋଇଲେ କାବା ।


ଗାନ୍ଧୀଜୀଙ୍କ ସହ ପତ୍ନୀ କସ୍ତୁରବା ପୁତ୍ର ଦେବଦାସ ଥିଲେ,

ଖଟ ମଞ୍ଚାପରେ ଚୌକି ପକାଇ ଗାନ୍ଧୀଜୀଙ୍କୁ ବସାଇଲେ ।


ଗୋପବନ୍ଧୁ ଦାସ ଆଗରେ ବସିଲେ ଅଭିବାଦନ ଜଣାଇ,

ଓଡ଼ିଶାର ଦୁଃଖ ଓଡ଼ିଶା ଗୌରବ ଭାଷଣରେ ଦେଲେ କହି ।


ଖଦିଲୁଗା ଖଦିକୁର୍ତ୍ତା ପିନ୍ଧିଥିଲେ ଗାନ୍ଧୀ ମଥାରେ ବି ଟୋପି ଥିଲା,

ତାଙ୍କ ଭାଷଣକୁ ମନଧ୍ୟାନ ଦେଲେ ସବୁ ନରନାରୀ ପିଲା ।


ସ୍ଵଦେଶ ଦ୍ରବ୍ୟକୁ ବ୍ୟବହାର କର ନିଜହାତେ କାଟ ସୂତା,

ନିଶା ନିବାରଣ କରିଲେ ଭାରତ ହୋଇବ ଜଗତଜିତା ।


ସ୍ଵତନ୍ତ୍ର ଉତ୍କଳ ରାଜ୍ୟ ଗଢାହେଉ ବିଦେଶୀ ଦ୍ରବ୍ୟକୁ ଛାଡ଼,

ଅହିଂସା ନୀତିରେ ସଂଗ୍ରାମ କରିବା ଖାଇଲେ ଖାଇବା ମାଡ଼ ।


ନିଜ ମାତୃଭାଷା ନିଜ ପରିଚୟ ଓଡ଼ିଆ ପଢନ୍ତୁ ସର୍ବେ,

ଆମେ ହିନ୍ଦୁସ୍ଥାନୀ ସବୁ ଭାଇଭାଇ ସଭିଏଁ କୁହନ୍ତୁ ଗର୍ବେ ।


ସଭା ଶେଷହେଲା ଗାନ୍ଧୀଜୀଙ୍କୁ ଦେଖି ଧନ୍ୟହେଲେ ନରନାରୀ,

ଦ୍ଵିତୀୟ ଦିବସେ କେତେ ସଭାହେଲା ତାଙ୍କ ମନଗଲା ପୂରି ।



Rate this content
Log in

Similar oriya poem from Inspirational