STORYMIRROR

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ଗାନ୍ଧୀଜୀ ଓ ମଧୁବାବୁ

ଗାନ୍ଧୀଜୀ ଓ ମଧୁବାବୁ

1 min
178


ମହାତ୍ମା ତ ଜଣେ ମଧୁବାବୁ ଜଣେ ଭାରତ ବର୍ଷରେ ଖ୍ୟାତ,

ତ୍ୟାଗ ଅନୁଭବ ଜ୍ଞାନ ଗାରିମାରେ ତାଙ୍କୁ ଚିହ୍ନିଛି ଜଗତ |


ଗାନ୍ଧୀଜୀଙ୍କ ଗୁରୁ ମଧୁବାବୁ ସିନା କଂଗ୍ରେସକୁ ଛାଡ଼ିଥିଲେ,

ତାଙ୍କର ମହିମା ଗୁଣକୁ ସୁମରି ଗାନ୍ଧୀ ପରାମର୍ଶ ନେଲେ |


ମହାତ୍ମାଗାନ୍ଧୀଙ୍କ ଜୀବନଟି ଥିଲା ବିରାଟ ଖୋଲା ପୁସ୍ତକ,

ଦୁନିଆର ଜ୍ଞାନ ଗୁଣୀଜନ ଗୁଣ ସାଉଁଟୁ ଥିଲେ ଅନେକ |


ତାକୁ ଗଣ୍ଠିଧନ କରି ରଖୁଥିଲେ ପ୍ରୟୋଗ ବି କରୁଥିଲେ,

ମଧୁବାବୁଙ୍କର ଜ୍ଞାନ ବୁଦ୍ଧିବଳ କାମରେ ଲଗାଇଦେଲେ |


ଲୁଣ ଲୁଗା ଆଉ ସ୍ଵଦେଶର ଚିନ୍ତା କରୁଥିଲେ ମଧୁବାବୁ,

ସ୍ଵରାଜର ବାଟ ଲୁଣ ଲୁଗା କଥା ଗାନ୍ଧୀଜୀ ବୁଝିଲେ ସବୁ |


ସମବାୟ ଶିଳ୍ପ ଚମଡ଼ା ଉଦ୍ୟୋଗ କୌଶଳ ବି ଶିଖିନେଲେ,

ମଧୁମନ୍ତ୍ରରେ ଦୀକ୍ଷିତ ଗାନ୍ଧୀଜୀ ସ୍ଵରାଜ୍ୟେ ପ୍ରୟୋଗ କଲେ |


ଗାନ୍ଧୀଜୀ ହୋଇଲେ ବିଶ୍ୱନେତା ସିନା ଗୁରୁଙ୍କୁ ଭୁଲିଲେ ନାହିଁ,

ସ୍ଵାଧୀନତା ପଥେ ମଧୁବାବୁ ଦାନ କେଉଁଠି ରହିଛି କାହିଁ ?



Rate this content
Log in

Similar oriya poem from Inspirational