STORYMIRROR

Anita Jena

Abstract Inspirational Children

3  

Anita Jena

Abstract Inspirational Children

ଗାନ୍ଧୀ ଯୁଗ ଆସିବ କି ଫେରି

ଗାନ୍ଧୀ ଯୁଗ ଆସିବ କି ଫେରି

1 min
239

ଜାତିର ପିତା ସେ 

    ମହାତ୍ମା ଗାନ୍ଧି

ସ୍ୱଚ୍ଛ ଭାରତ ର ସ୍ବପ୍ନ 

   ଦେଖି ଥିଲା ତାଙ୍କ ଆଖି ।


ଦେଶବାସୀଙ୍କୁ ଦେଇ ଆହ୍ବାନ 

   ମନ ରେ ଭରିଲେ ତାଙ୍କ ସାହସ

ଅହିଂସା ର ମନ୍ତ୍ର ବାଣ୍ଟି

  ବିଦେଶୀ ମାନଙ୍କୁ ଦେଲେ ସେ ତଡି ।


ଶୁଭିଲାଣି ଦେଶେ 

    ଅହିଂସା ର ବାଣୀ

ସ୍ୱଚ୍ଛ ଭାରତ ଅଭିଯାନ 

     ଆଗେଇଲାଣି ପୁଣି । 


ବିଦେଶୀ ଦ୍ରବ୍ୟ କର ବର୍ଜନ

   ସ୍ୱଦେଶୀ ଦ୍ରବ୍ୟ କୁ ଦିଅ ସମ୍ମାନ

ନିଜ ଦେଶ ପାଇଁ ଦିଅ ଜୀବନ

  ଆସିଲାଣି ଏବେ ଉଚିତ୍ ସମୟ । 


ସମୟାନୁବର୍ତ୍ତିତା ହୁଏ ସଭିଏଁ

  ସମୟ ପୂର୍ବରୁ ଦିଅ କାମ ସାରି

ଦେଶ ଆମର ସମୃଦ୍ଧି ପଥେ

      ଯାଉ ରେ ଗଡ଼ି ।


ଭେଦ, ଭାବ, ହିଂସା, ମାନ

     ଯାଅ ସବୁ ଭୁଲି

ନିଜ ଭିତରେ ରାଗ ରୁଷା

      ଦିଅ ସାରି।

ଲାଗିଲାଣି ପୁଣି ଥରେ

     ଗାନ୍ଧୀ ଯୁଗ ଆସିବ କି ଫେରି !?

ଗାନ୍ଧୀ ଯୁଗ ଆସିବ କି ଫେରି ।


Rate this content
Log in

Similar oriya poem from Abstract