STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଗାନ୍ଧୀ ଓ କୃଷ୍ଣ

ଗାନ୍ଧୀ ଓ କୃଷ୍ଣ

1 min
233


କୃଷ୍ଣଙ୍କୁ ମୁଁ ଡାକେ ଗାନ୍ଧୀ ବୋଲି 

ତ ସିଏ ହସିଦିଅନ୍ତି ଖିଲି ଖିଲି 

ମତେ ତ ଏମିତି ଲାଗେ ଆଜି କାଲି 

ଗାନ୍ଧିବାଦୀ ମଣିଷ ହୁଏତ ଦେଖୁନି ବୋଲି 

ତୁମକୁ ପ୍ରଭୁ ଏହି ନାମରେ ଡାକିବାକୁ ଖାଲି 

ମନ ସମୁଦ୍ରରେ ଜୁଆର ଭଟ୍ଟା ଉଠେ ଫୁଲି 

ତମେ ହସ ନିର୍ବିକାରେ ବଂଶୀ ଧରିଛ ବୋଲି

ବଂଶୀ ମୂର୍ଚ୍ଛନାରେ ଆଖି ଓଦା ମୁଁ ଭିଜିଗଲି 

ତୁମ ପାଖେ ରାଧାରାଣୀ କସ୍ତୁରବା ବୋଲି 

ନକହିଲେ ବି ପ୍ରଭୁ ତୁମେ ମନ ଖୋଲି 

ମୁଁ ଜାଣିଛି ତୁମ ମାଧୁରିମା ହସରେ ଫୁଲିଫୁଲି

 ତୁମ ହୃଦ ଗଜରାର ବାସ୍ନାରେ ମଖମଲ୍ଲି 

 ଛନ୍ଦପାତ ଯୁଗଳରେ ସହସ୍ର ଭାବ ବୋଳି

ଇଶାରାରେ କୁହ ବଂଶୀଧାରୀ ମତେ ଖୋଲି 

ତୁମକୁ ସେ ପାଇଁ ଡାକୁଛି ନିବିଡେ ଗାନ୍ଧୀ ବୋଲି

ଅସରା ଆଶାରେ ଅହିଂସା ମନ୍ତ୍ରରେ ପୁରୁଣା ସବୁ ଭୁଲି

ସକଳ ହୃଦରେ ମନୁଷ୍ୟତ୍ୱ ନଦୀ ବହୁ ଫୁଲି 

 ଯଶୋଦା ଓ ଦେବକୀ ନନ୍ଦବାଳା ବୋଲି  

ମୁଁ ଅନ୍ୟ ରାଧା ତୁମକୁ ଡାକୁଛି ଗାନ୍ଧୀ ବୋଲି 

ନୀଳଜଳେ ନୀଳଜହ୍ନ ପରି ଗାନ୍ଧୀ ହସ ଖିଲିଖିଲି

ଅଣ୍ଟାର ଘଣ୍ଟା ବଂକୁଲିବାଡ଼ି କୃଷ୍ଣଙ୍କୁ ଦିଅ ଖୋଲି 

ଭାରତମାତାଙ୍କ ଜୟଧ୍ୱନୀ ଶୁଭୁଛି ମତେ ଖାଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational