STORYMIRROR

Alhadini Panigrahi dash

Abstract

2  

Alhadini Panigrahi dash

Abstract

ଗାନ୍ଧୀ ହେ ତୁମେ ଫେରିଆସ

ଗାନ୍ଧୀ ହେ ତୁମେ ଫେରିଆସ

1 min
212

ପ୍ରାଣ ଠାରୁ ବଳି ଭଲପାଅ ଯାରେ

ସେଇ ମାଆ ଆଜି ଡାକୁ଼ଛି ଅଧିରେ

ସରଗ ରାଇଜୁ ଓହ୍ଲାଇ ଆସି

ଶୁଣ ଥରେ ତାର ପ୍ରାସ

ଗାନ୍ଧୀ ହେ ତୁମେ ଫେରିଆସ


ଲାଠି ଖଣ୍ଡେ ପରା ଥିଲା ତୁମ୍ଭ ଶସ୍ତ୍ର

ଆଣ୍ଠୁ ଲୁଚା ଧୋତି ଥିଲା ତୁମ୍ଭ ବସ୍ତ୍ର

ସରଳ ଜୀବନ, ଗହନ କଥା କୁ

ବୁଝାଇ ଦେବ ହେ ଆସ

ଗାନ୍ଧୀ ହେ ତୁମେ ଫେରିଆସ


ଗାଉଥିଲ ତୁମ୍ଭେ ଅହିଂସା ର ମନ୍ତ୍ର

ସତ୍ୟ,ନ୍ୟାୟ,ଗୁଣେ ହୋଇଣ ଦିକ୍ଷିତ

ସେଇ ମହା ମନ୍ତ୍ରେ ଦୀକ୍ଷାା ଦେବାକୁ

ଆଉ ଥରେ ତୁମେ ଆସ

ଗାନ୍ଧୀ ହେ ତୁମେ ଫେରିଆସ


ଯେଉଁ ନାରୀ ପ୍ରତି ଦେବାକୁ ସମ୍ମାନ

ବୁଝାଉ ଥିଲ ହେ ମହାତ୍ମା ମହାନ

ସେଇ ନାରୀ ଆଜି ହେଉଛି କିପରି

ନିର୍ଯ୍ୟାତିତା ତା ଦେଖିଆସ

ହେ ଗାନ୍ଧୀ ତୁମେ ଫେରିଆସ


ମଠ,ମନ୍ଦିର, ରେ ଭଣ୍ଡ ଙ୍କର ଭିଡ

ମର୍ଯ୍ୟାଦା ର ନାହିଁ କିଛି ବନ୍ଧ ,ବାଡ

ମାନବିକତା ର ସଂସ୍କାର ଶିକ୍ଷା

ଦେବାକୁ ହେ ବାପୁ ଆସ

ହେ ଗାନ୍ଧୀ ତୁମେ ଫେରିଆସ


ଭାରତ ମାଆ ର ଆଖି ଲୁହ ଧାର

ବୋହୁଅଛି ଅବିରଳ ଝର ଝର

ସେଇ ଅଶ୍ରୁ ଧାର ପୋଛି ଦେବାକୁ

ପୁଣି ଥରେ ତୁମେ ଆସ

ଗାନ୍ଧୀ ହେ ତୁମେ ଫେରିଆସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract