STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଗାନ୍ଧି ଦର୍ଶନ

ଗାନ୍ଧି ଦର୍ଶନ

1 min
149


ସ୍ଵପ୍ନର ଇଲାକାରେ ବିଚରଣ କଲା ବେଳେ

ହଠାତ୍ ଦେଖା ହେଲେ ମହାତ୍ମା

କିଛିଟା ବିମର୍ଷ, ବିବ୍ରତ ସମସ୍ୟା ଜର୍ଜରିତ

ମନେ ହଲେ ମହୀମାନବା

ପଚାରିଲେ- ଏ କଣ ମୋ ସ୍ୱପ୍ନର ଭାରତବର୍ଷ ?

ଜାତି, ଧର୍ମ, ବର୍ଣ୍ଣ ବିଚାରରେ ବହୁଧା ବିଭକ୍ତ

ସାଂପ୍ରଦାୟିକ ବିଦ୍ବେଷ ଓ ମୌଳବାଦୀ ହିଂସାର

ଦାବାନଳରେ ସର୍ବଦା ସଂତ୍ରତ

ବନ୍ୟା ମରୁଡି ବିପନ୍ନ ବୁଭୁକ୍ଷୁ ଜନତାର

ମୌଳିକ ଆବଶ୍ୟକତା ପରିପୂରଣରେ ଅସମର୍ଥ ପ୍ରଶାସନ

କ୍ରମବର୍ଦ୍ଧିଷ୍ଣୁ ଦାରିଦ୍ର୍ୟ, ବେକାରୀ, ଶ୍ରେଣୀ ସଂଘର୍ଷ ଓ

ଅସମତୁଲ ବିକାଶରେ ପର୍ଯ୍ୟବସିତ ରାଷ୍ଟ୍ରନୀତି

ବୈଷମ୍ୟ ଦୂରୀକରଣରେ ପରାହତ ଅର୍ଥନୀତି

ଶାନ୍ତି, ମୈତ୍ରୀ ଓ ପ୍ରଗତିର ସ୍ଵପ୍ନ ଯହିଁ ସୁଦୂର ପରାହତ

ସତ୍ୟ, ଶିବ, ସୁନ୍ଦର ଯେଉଁଠି ଅପଭ୍ରୟ

ଏକ ସାଧାରଣ ମଣିଷର ଦିନଚର୍ଯ୍ୟ। ଯେଉଁଠି କ୍ଲିଷ୍ଟ ଓ ଦୁଃଖଦ

ବିଦାୟୀ ସୂର୍ଯ୍ୟ ପରି ବିପର୍ଯ୍ୟୟ ଓ ଦୁର୍ବିପାକ ଯାର ଚିର ସହଚର

କେବେ ସେ ଚାଖୁବ ସାମାଜିକ ସଂପ୍ରୀତୀର ସ୍ଵାଦ ?

କେବେ ସେ ଜାଣିବ ସାଂପ୍ରଦାୟିକ ସୌହାଦ୍ଧ ଓ

ସଦିଚ୍ଛାର ସୁଦୂର ପ୍ରସାରୀ ଗୁରୁତ୍ବ ?

କେବେ ତା ସମଗ୍ର ସଭାରେ ଅନୁରଣିତ ହେବ।

ସଂହତିର ସଂଜୀବନୀ- ସମୃଦ୍ଧିର ପ୍ରର୍ପୂଳ ସୁରଭି ?

କେବେ ସେ ଆମୋଦିତ ହେବ ପ୍ରକୃତିର ବିଚିତ୍ର ବର୍ଣ୍ଣ ବିଭାରେ

ନୈତିକ ମୂଲ୍ୟବୋଧର ସଂପ୍ରସାରିତ ଦିଗନ୍ତରେ

ମହର ମାନବୀୟ ଜୀବନବୋଧର ସୃଜନଶୀଳ

ସଂବେଦନଶୀଳତାରେ

କେବେ ସେ ଉଦ୍‌ବୁଦ୍ଧ ହେବ ତ୍ୟାଗ, ଆଦର୍ଶର ମହନୀୟ

ପରମ୍ପରାରେ ପ୍ରତିପାଳିତ

ରାଷ୍ଟ୍ର ନିର୍ମାଣର (ସାର୍ଥକ ସ୍ବପ୍ତ) ର ସ୍ପର୍ଦ୍ଧାର ସୂର୍ଯ୍ୟୋଦୟରେ ?



Rate this content
Log in

Similar oriya poem from Classics