Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

4.5  

BISWESWAR MAJHI

Inspirational

ଗାନ୍ଧାରୀ ଭିନ୍ନ ଏକ ମାଆ

ଗାନ୍ଧାରୀ ଭିନ୍ନ ଏକ ମାଆ

1 min
24.7K



ଯାଅ ଦୁର୍ଯ୍ୟୋଧନ ରଣ କ୍ଷେତ୍ରେ ଘେନ ଜନନୀର ଆଶୀର୍ବାଦ

ସତ୍ୟ ଧର୍ମର ଜୟ ହୁଏ ସଦା ମୁଁ କି କରିବି ବିବାଦ !

ଏପରି ମାଆ କି ଜଗତ ଦେଖିଛି ପୁତ୍ର ମୋହରୁ ଉର୍ଦ୍ଧ୍ଵରେ

ଶତ ପୁତ୍ରର ଜନନୀ ସତ୍ୟକୁ ପୁତ୍ର ଠାରୁ ବଡ କରେ ।


ଚକ୍ଷୁହୀନ ରାଜା ଧର୍ମପତ୍ନୀ ହୋଇ ପତିବ୍ରତା ଧର୍ମ ପାଳି

ଆପଣା ଚକ୍ଷୁରେ ପଟ୍ଟିକା ବାନ୍ଧିଲେ ପତି ଦୁଃଖ ମନେ କଳି ।

ପୁତ୍ର ରାଜା ହେଉ ସ୍ୱପ୍ନ ଭାଙ୍ଗିଲା ଯୁଧିଷ୍ଠିର ହେଲେ ଜ୍ୟୋଷ୍ଠ

କୁରୁ ପାଣ୍ଡବ ଶହେ ପାଞ୍ଚ ମଧ୍ୟେ ସେହି ଏକା କୁରୁ ଶ୍ରେଷ୍ଠ ।


ଦ୍ୟୁତ କ୍ରୀଡାରେ ପଣ୍ଡୁ ପୁତ୍ର ହାରି ପାଞ୍ଚାଳୀ ଅଭିମାନ

କୁରୁସଭା ତଳେ ବିବସନା କଲା ଆତତାୟୀ ଦୁର୍ଯ୍ୟୋଧନ। 

ଧୃତରାଷ୍ଟ୍ର ତହିଁ ନୀରବ ଦର୍ଶକ ଭୀଷ୍ମ ଦ୍ରୋଣ କୃପ ବର

ଗାନ୍ଧାରୀ ସଭାକୁ ଆସି ଝିଙ୍ଗାସିଲେ ପକ୍ଷ ନେଇ ସତ୍ୟର ।


ମାତୃତ୍ବ ତାଙ୍କର ବିଳପି ଉଠିଛି ପୁତ୍ର ଅଧିକାର ପାଇଁ

ସତ୍ୟ ସହିତ ଅସତ୍ୟର ଯୁଦ୍ଧ ପୁତ୍ର ପାଇଁ ସ୍ଥାନ କାହିଁ !

କୁରୁକ୍ଷେତ୍ର ପରେ ଶତ ପୁତ୍ରର ଶବକୁ ବାହୁନି ମାତା

ଅଭିଶାପ ଦେଲେ ନନ୍ଦବଳାକୁ ନିର୍ବଂଶ ହେବେ ଧାତା।


ଚକ୍ଷୁହୀନର ସହଧର୍ମୀଣୀ ଅଧର୍ମୀ ପୁତ୍ରର ମାତା

ଶକୁନି ଭ୍ରାତାର କୁଟ ଚକ୍ରାନ୍ତ ମୁଦି ନିଜ ଚକ୍ଷୁ ପତା ।

ନିକିତିରେ ଧରି ପୁତ୍ରମୋହକୁ ଆନ ପକ୍ଷେ ସତ୍ୟ ଧର୍ମ

ଗାନ୍ଧାରୀ ମାତା ତଉଲି ସମାନ କରିଗଲ ନିଜ କର୍ମ।


ଶତ ପୁତ୍ର ନୁହେଁ ସତ୍ୟ ନ୍ୟାୟର ସାଥୀ ହୋଇଲ ଗାନ୍ଧାରୀ

ବିଶ୍ୱ ଇତିହାସେ ସ୍ୱର୍ଣାକ୍ଷରେ ଲେଖା ମହାଭାରତୀୟ ନାରୀ ।

ଏ ଦେଶର ମାତା ଗାନ୍ଧାରୀ ସମ ନିରପେକ୍ଷତା ପାଳିଲେ

ନୀତି ଆଦର୍ଶର ସତ୍ୟ ନ୍ୟାୟର ପ୍ରତିଷ୍ଠା ହୋଇବ ଭଲେ ।

     


Rate this content
Log in

Similar oriya poem from Inspirational