STORYMIRROR

Hitesh Mohapatra

Abstract

3  

Hitesh Mohapatra

Abstract

ଗାଁ

ଗାଁ

1 min
380

କି ବାସ୍ନା

ବର୍ଷାର ପହଲି ଛୁଆଁ

ଗାଁ ର ଧୁଳି ସହ

ଖୁସିର ଲହର ଛୁଟେ

ବାଇସାଇକେଲ୍‌ର ଟାୟାର୍‌ ସହ । ୧


ଲଙ୍ଗଳା ଦେହେ , ପୁଙ୍ଗୁଳା ବାଡି

ଗାଉଁଳି ଦେହେ

ପାଣି ସର ସର ସାଢ଼ି । ୨


ଗାଇ ଗୋରୁଙ୍କ ଗୋବର

ଛଣ ଗଦାରୁ ତେଲୁଣି ପୋକ

ପଖାଳ କଂସା କୁ

ଲଙ୍କା ପିଆଜ

ଗାଁ ମେଳା ପାଇଁ ସବୁ ସଜ ବାଜ । ୩


ଗାଁ ରାତି

ସଫା ଚନ୍ଦ୍ରାଲୋକରେ

ଝିଣ୍ଟିକାର କିଟି କିଟି

କେବେ ଅକାଳ

ତ କେବେ ମରୁଡି

ଗାଁ ର ପ୍ରତି ଘରେ

୮୦ ବରଷ ର ବୁଢ଼ା ବୁଢ଼ି ।



Rate this content
Log in

Similar oriya poem from Abstract