STORYMIRROR

satyam mishra

Fantasy Others

3  

satyam mishra

Fantasy Others

ଗାଁ ତରୁ ଛାୟା ତଳେ

ଗାଁ ତରୁ ଛାୟା ତଳେ

2 mins
337

ଆସିଥିଲା ଏକ ଛାଇ ନିଦ

ଅଳପ ଶୀତଳ ସ୍ପର୍ଶରେ

ଜାଗି ଉଠିଲା ସେ ଅନ୍ତର ଚେତନା

ଭାଳିଲା ମନ ସେ ଜନମ ଭୁଇଁର ବେଦନା ।

ଜନମିଲି ଯେଉଁ ଏନ୍ତୁଡ଼ିରେ

ସେ ଏବେ ଉଇ ଖିଆ

ତଥାପି ମୁଁ କହୁଛି ମୁଁ ଏକ ସଫଳ ମଣିଷ

ଯେ ଜାଣିନି ତା ମାଟିର ଯାତନା ।

ଜନମ ତ ସେଇ ପାରାବାର ତୀରେ

ନିଦ ଭାଜେ ସେଇ ସାଗର ଗର୍ଜନେ

କରିଛି ମା'କୁ ଶ୍ୟାମଳ ସେ ସାଳନ୍ଦୀ ଚିତ୍ତ

ଢାଳେ ସେଠି ଅଗୁଡ଼ା ପ୍ରଣତି ।

କେଉଁଟ ଟୋକାର ସେ ନାଆ ଫିଟା

ଚାଷୀ ବପୁଡାର ସେ ଧାନ କଟା

ମଳୟେ ଭିଜା ସେ ପ୍ରିୟା ବିଧୁରିତ ରାତି ।

ଜୀବନ ବିତୁଛି ସହଜେ ଗଡୁଛି

କିନ୍ତୁ ମା' ମୋର ଏବେ ବି ଦୁଃଖିନୀ

କେତେ ପୁଅ ଝିଅ ଲଢ଼ିଥିଲେ ତା ଶୃଙ୍ଖଳ ଛିନ୍ନ ଲାଗି

ସହଜେ ପାଇଛି ଗୁଡିଏ ସୁଖ

ଜାଣିନି ସେ ସୁଖେ ଅଛି କେତେ ବଳିଦାନ ।

ଆଜିବି ସେ ଗରମ ରକ୍ତ ରଞ୍ଜିତ

ପଡୁଛି ଗରୀବିର ଲାଠି ଜମିଦାରିର ବେଠି

ଗାନ୍ଧିବାଦୀ ଆଜି ସାମନ୍ତ ର ଅଧୀନ ।

ପୁଅ ବି ନିତି କରୁଛି ସ୍ମରଣ

ପୂରଣ ହେବ ସେ କାର୍ଯ୍ୟ

କି ଖାଲି ରଖିଲେ ସ୍ମରଣ

ଆସିଲା ଯୌବନ ବିତିଲା ବସନ୍ତ

କିନ୍ତୁ ସ୍ମରଣ ହୋଇଲା ଅତୀତ ।

ଭୁଲିଯାଏ ମନ ସେ ସରସ ସମୀର

କାଶତାଣ୍ଡି ଫୁଲ ହସେ

କାହିଁ ସେ କଂକ୍ରିଟ ପ୍ରାଚୀର ନାହିଁ ସେଠି ମଳୟ ଆସର ।

ସେ ଶାରଦୀୟ ସନ୍ଧ୍ୟା ଆଜି ବିଗତ ।

ମଲ୍ଲୀଫୁଲିଆ ସେ ପ୍ରିୟାର ଚିତ୍ର

ଲାଜୁଆ ସେ କଳା ଜାଇର ଆସର ଚିବୁକକୁ କରୁଥିଲା ପ୍ରଚ୍ଛନ୍ନ

ମନମତ୍ତ ସେ ମଧୁର ପ୍ରଣୟ ଭରୁଥିଲା ତାତି ହୃଦ ମନେ

ସେ ହସ ଆଜିବି ଜୀବନ ଆଣୁଚି ପ୍ରଣୟର ସ୍ପର୍ଶ

ନୁହେଁ ତାର ଲୋକ ଚାତୁରୀ ପ୍ରିୟ ସମ୍ଭାଷଣ

ଯାହାର ଲୋଲୁପ ଦୃଷ୍ଟି ଏ ହୀନ ଶ୍ରରୀରେ ।

ଭାଜିଗଲା ନିଦ ଆଖିବି ଅଶ୍ରୁଳ

ସ୍ବପ୍ନ ନୁହେଁ ଯେ ମୋ ଆତ୍ମା ଚରିତ ।

ମନ ହେଲା ଉଣା ମୁହିଁ ହାତଭାଗ

ନିର୍ଦୟେ କରିଛି ମମତାକୁ ବିଦରକ୍ତ ।

ଅନ୍ତରେ କହୁଛି ଫେରିଯା'

ସେ ଶ୍ୟାମ ତରୁ ଗହଳେ

ନାହିଁ ସେଠି ଏ ମିଥ୍ୟାର ପ୍ରଶୟ

ସେ ବରଗଛ ଛାଇ ବିତାଇଛୁ ଯହିଁ

ବାଳୁତ ତା ଶାଖା ଗହନେ

ଦୀର୍ଘ ଦିନ ବିଚ୍ଛେଦ ପ୍ରାଣ କି ସହିବ

ରୋକିବ ନାହିଁ ସେ ଆଉ ମାୟାର ଫାଶ ।

ସନ୍ଧ୍ୟା ଆସନ୍ନ ଗ୍ରାମ୍ୟ ଚଂଚଳ ସତେ କି ଆଜି ପର୍ବର ଅନୁଭବ

ଶିବ ଅଧିଷ୍ଠାନେ ଏକ ଅଧ୍ୟମତ ପରିବେଶ ।

ଏ କି ମଧୁରତା ଏ କି ଉଦ୍ଧାମତା

ସତେ କି ବର୍ଧଏକେ ଆସିଛି ଶୈଶବ ପରଶ ।

ପ୍ରତିଟି ହାତରେ ଜଳୁଛି ଦୀପାଳି

ସନ୍ତାନ ସୁଖେ ପ୍ରତିଟି ଅଳି

ସେ ଅବିନାଶ ଅନାଦି ଯୋଗୀ କରିବେ ବିପଦ ନାଶ ।

ମା' ଜନ୍ମଭୂମୀ ସେହ୍ନମୟୀ ଅତି ପ୍ରିୟମୟୀ

ପାଳିଛି ଜାତନେ ଅତି ଜତନେ

ଧୂଳି ମାଟି ହେଇ ରହିଛି ଅନେଇ ପୁତ୍ର ଦରଶନ ପାଇଁ ।

ସେ ପ୍ରେମେ ନାହିଁ ଛଳନା ଲାଚ୍ଛନା

ଅମୃତ ସମ ସେ ଈଶ୍ୱରୀୟ ଆରାଧନା

ପ୍ରାଣଢାଳେ ସେଠି ଚିର ପ୍ରଣତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy