ବିଧୁର ସାୟାହ୍ମ
ବିଧୁର ସାୟାହ୍ମ
ଥରେ ଥରେ ସାୟାହ୍ନରେ ଭାଳି ଉଠେ ମନ
ଉଠେଇ ହୃଦୟ ରେ ସେଇ ପ୍ରେମର ଚିହ୍ନ
ମନ କି କରିବ ସେ ଅବା ନିର୍ଦୋଷ
ତାକୁ ଆନମନା କରେ ପ୍ରିୟା ନୟନ ।
ପ୍ରିୟା ସୁକୁମାରୀ ସରୋଜ ବାସିନୀ
ସତେ ଅବା ରୂପ ରସର ରାଗିଣୀ
ତାକୁ ଅବା କି ମୁଁ ପାରିବି ପାସୋରି
ନିମିଷେ ମଧ୍ୟ ଦୁରେଇ ଗଲେ ମନ ହୁଅ ଘୋରି ।
ଅଷାଢ଼ ରାତିରେ ଦୂରର ସେଇ ଚନ୍ଦ୍ରମା
ଆବୋରି ଦିଏ ଅବା ଦୁଃଖର କାଳିମା
ମନେ ମନେ ଭାଳି ସେଇ ସ୍ମୃତି ସମୂହ
ତାକୁ ଅଡେଇବା ଚେଷ୍ଟା ଅତି ଦୁରୁହ ।
ଆଜି ବି ମନେ ଅଛି ତୁମର ପ୍ରଥମ ଦେଖା
ଜରି ଲଗା ପାଟ ସହ କାଚର ଶଙ୍ଖା
ସେଇ ଲାଜ ମିଶା ହସର ଗାଳିଚା
ଯେଉଁଠି ଗଢି ଉଠିଥିଲା ମୋ ପ୍ରେମର ବଗିଚା ।
ତୁମର ସେଇ ପ୍ରଥମ ସ୍ପର୍ଶ
ଭରିଥିଲା ଶରୀରେ ଏକ ଅଜଣା ଶିହରଣ
ତା କି ଅବା ପ୍ରଣୟର ସ୍ପର୍ଶ
ନା ଥିଲା ଏକ କଳ୍ପିତ ମିଥ୍ୟା ସ୍ୱପ୍ନ ।
ସେଇ ଶୀତ ଭରା କୁହୁଡି ରାତି
ଯାହା ଭରୁଥିଲା ମନରେ ତାତି
ଗ୍ରୀଷ୍ମର ସେ ନିର୍ଦ୍ଦୟ ସ୍ପର୍ଶ
ତୋ ସଂଗତ ଥିଲା ଆଶୁ ପରଶ ।
ଶରୀରେ ଥିଲା ଏକ ଅଜଣା ଆହ୍ଲାଦ
ନଥିଲା ସମୟର ବନ୍ଧନ କି ନିର୍ଜନ ତାର ଅବସାଦ
ନୟନ ହୁଏ ଆନମନା ମନ ହୁଅ ଅସ୍ଥିର
ଖାଲି ତୋର ଦରଶନ ଆଉ ପରଶ ଲାଗି ହୁଏ ଆତୁର ।
କେତେ ଆଶା କେତେ ଅଭିଳାଷ
ଯାହାକୁ କରିଥିଲେ ଆମେ ମନରେ ଆଶ
ତାହା ଅବା କି ଏବେ ସତରେ ସ୍ଵପ୍ନ
ପୂରଣ ଲାଗି ଏବେ ନିରାଶ ମନ ।
ସଭିଏଁ କୁହନ୍ତି ପ୍ରେମ ଅଟେ ସେଇ ଶୀତଳ ମଳୟ
ଯେ ଭରେ ହୃଦୟେ ଶୀତଳ ସ୍ପର୍ଶ
କାହିଁ ସେ ସ୍ପର୍ଶ କାହିଁ ସେ ମଳୟ
ପ୍ରେମ ନୁହଁ ଥିଲା ତାହା ତୁମ ମିଛ ଅଭିନୟ ।
ତଥାପି ମନ ଆଜି ବି ଆତୁର
ସେ କି ପାରିବ ଭୁଲେଇ ତୋ ମିଠା ସ୍ୱର
ମନରେ ଅଛି ଏହି ବିଦଗ୍ଧ ରାଗିଣୀ
ତାକୁ ଅବା ମୁଁ ପାରୁନି ସମ୍ଭାଳି ।
ଫେରି ଆସ ପ୍ରିୟା ସେହି ମଧୁର ବସନ୍ତେ
ପ୍ରତି କ୍ଷଣ ବିଷାଦ ଅବା ତୁମ ଚିନ୍ତନେ
ଏବେ ବି ମନରେ ବଞ୍ଚିଛି ସେ ପ୍ରେମ
ଯାହା ତୁମ ପାଇଁ ଚିର ଶାଶ୍ଵତ ।
ସତ୍ୟମ ଶିବମ ମିଶ୍ର
