STORYMIRROR

satyam mishra

Tragedy

4.7  

satyam mishra

Tragedy

ବଣମଲ୍ଲୀ

ବଣମଲ୍ଲୀ

2 mins
14.5K


ଆସନ୍ନ ନିଦାଘ ଆତୁର ଜୀବନ

ପ୍ରାଣ ଖୋଜେ ଏକ ଶୀତଳ ପରଶ

ପ୍ରକୃତି କି କରିବା ୟେ ତ ବିଧି ବିଧାନ

ଜୀବର ଅପେକ୍ଷା ସାଂଧ୍ୟ୍ୟ ଆଗମନ


ଧୂସର ପଡିଛି ସେ ଦୂର ଅଗମ ଅରମା

ନାହିଁ ସେଠି ଆଉ ଜୀବଙ୍କ ଆଗମ

ଶୁଖି ଗଲାଣି ଗାଁ ବଡ ପୋଖରୀ

କୈବର୍ତ ଆସିଛି ହାତେଇ ଦଣ୍ଡକିରି


ଦିବସ ବିଗତ କ୍ଲାନ୍ତ ଦେହ ମନ

ନୀଡ଼ ଅଭିମୁଖେ ଏଇ କ୍ଲାନ୍ତ ଶରୀର

ସଭିଏଁ ତ ସେ ଧନର ଅଧୀନ

ତା ଲାଗି ଏ ପରାଣ ଆତୁର


ରଜନୀ ଆଗମେ ଦକ୍ଷିଣା ବହିଲା

ତୃପ୍ତ ବୃଦ୍ଧ ଶିଶୁ ଆଉ ପଲ୍ଲୀ ବାଳା

ସଭିଙ୍କୁ ଶୀତଳେ ମନ ମୋହିଲା

ସତେ କି ଜାଣିଚି ସେ ମୋହନ କଳା


ଶଶୀର ଆଗମେ ଚଂଚଳ ପଲ୍ଲୀ କୋଳ

କେତେ ନାନାବାୟା କାହିଁ ସେ ଢଗ

ସତେ ଅବା ଏକ ପାର୍ବଣ ଅଞ୍ଚଳ

ସଭିଙ୍କର ଲକ୍ଷ୍ୟ ସନ୍ଧ୍ୟା ଉପଭୋଗ


କି ଉପଭୋଗ୍ୟ ଏଇ ସନ୍ଧ୍ୟାର ସମୟ

ହର୍ଷର ଆହ୍ଲାଦ ପ୍ରତି ମୁଖ ମୟ

ସେ ହର୍ଷ କେ ଅବା ନିରବେ କାନ୍ଦୁଛି

ପ୍ରାଣୀ ସୁଖ ଲାଗି ଜୀବନ ତ୍ୱଜୁଛି


ବାଡ଼ି ପଛ ସେଇ ବଣ ମଲ୍ଲୀ ମଉନେ ବସିଛି ମନକୁ ମାରି

ରୋଦନ ଦେଖି ଟଗର ହସୁଛି ଆଜି ତୋର ଶେଷ ରାତି ମଲ୍ଲୀ

ଖତ ଗଦା ପାଖ ବୁଢା ନିମ ଗଛ ଡେରିଛି ତା କାନ ଦୁହିଁଙ୍କୁ

ଗମ୍ଭୀରେ କହିଲା ଆଲୋ ମଲ୍ଲୀ ତୁ କାଇଁ କାନ୍ଦୁଛୁ


କଇଁ କଇଁ ହେଇ ମଲ୍ଲୀ କହିଲା ଧିକ ମୋ ଜୀବନ

ମୋ ଜୀବନେ ନାହିଁ ପ୍ରଭୁ ପଦ ଦର୍ଶନ

କି ଅବା ଲାଭ ଏ ହୀନ ଜୀବନେ

ସେଥି ଲାଗି ମୋ ଆୟୁଷ କ୍ଷଣିଏ


ନାହି ଚମ୍ପା ପରି ବାସ ଚହଟ

କିବା ରଜନୀର ରୂପ ମଧୁର

ମୁ ହତ ଭାଗୀ ନାହିଁ ମୋ ଆଣ୍ଟ

ମୋତେ ଯେ ଲୋଡ଼େ ସେ ଅବା ଆତୁର


ନିରବେ ଶୁଣି ନିମ ଯେ ହସିଲା

ଏଥି ଲାଗି ତୋ ମନ ଅଛି ଉଣା

ଆଲୋ କି ଅଛି ଏଇ ଜୀବନ ଆୟୁଷେ

ସବୁ ପରା ଏଇ କର୍ମର ବଂଧନେ


ଆରତ ଜୀବନ ନିସ୍ତାର ହି କର୍ମ

ପ୍ରାଣୀର ହରଷ ଆମର ହି ଧର୍ମ

ତୁ ସିନା ଆଳେଇ ପାରୁନୁ ଜାଣି

ତୁଚ୍ଛା କଥାଟାରେ ହଉଛୁ ବାହୁନି


ଜୀବନର ମାନ କର୍ମ ହି କେବଳ ନାହିଁ ଆଉ ସେଠି ଦୀର୍ଘାୟୁ ଆଳ

ପ୍ରାଣୀର ନିସ୍ତାର ଆରତର ସେବା ତା ଠୁ ବଡ଼ି ନାହିଁ ଆଉ କର୍ମ

ସବୁ ରୂପ ଭେକ ଗ୍ରାସେ କାଳର କରାଳ

ତା ଠୁ ବଡ଼ି ଆଉ ନାହିଁ କିଛି ମର୍ମ


ତୁ କାହିଁ କାନ୍ଦୁଛୁ ବାସ ତୋ ମଧୁର

ସେ ବାସ ହରଷେ ପ୍ରାଣୀଙ୍କର ମନ

ସେ ହରଷେ ଯେଉଁ ଅଛି କର୍ମର ନିସ୍ତାର

ତା ଠାରୁ ବଳି ନାହିଁ କେଉ ଧନ


କାଳ ପରା ସେଇ ଇଶର ଅଧୀନ

ନାହିଁ ଆଉ ସେଠି କାଳର ରାଜୁତି

ସେ ମାଧବ ହିଁ ଏକା ଦୁଃଖର ନିଦାନ

ତାଙ୍କର ଇଚ୍ଛା ହିଁ ମାନବର ଖୁସି


Rate this content
Log in

Similar oriya poem from Tragedy