Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Panda

Abstract

4.5  

Pradeep Panda

Abstract

ଗାଁ ମହକ

ଗାଁ ମହକ

1 min
199



ଗାଁ ପରିବେଶ କେଉଁଠି ହଜିଲା

    ପାଉନାହିଁ ଆଜି ଖୋଜି

ମନେପଡ଼ିଗଲେ ଅଭୁଲା ଅତୀତ

    ଆଖି ଯାଏ ଲୁହେ ଭିଜି ।

କେତେ ଭଲ ଥିଲା ଗାଁ ପରିବେଶ

     ସବୁଜ ବନାନୀ ଘେରା

ଯୌଥ ପରିବାର, ସାହି ଓ ପଡିଶା

     ସ୍ନେହ, ସଂପ୍ରୀତିରେ ଭରା ।

ବିପଦେ ଆପଦେ ଏକତ୍ରିତ ହୋଇ

      କରିଥାନ୍ତି ମୁକାବିଲା

ସପନ ଆଜି ସେ ଭାଇଚାରା ପୁଣି

     ଦାସ୍କାଠିଆ, ଠିଆପାଲା ।

ଭାଗବତ ଟୁଙ୍ଗୀ, ଗାଁ କୋଠଘର

    ଦିନୁ ଦିନ ହୁଏ ଲୋପ

ଶୁଭେନାହିଁ ଆଉ ଭଜନ କୀର୍ତ୍ତନ

      ଜଣାଣ ଓ ଜପତପ  ।

କେତେ ଭଲଥିଲା ପରବ ପର୍ବାଣୀ

     ସଂସ୍କୃତି ଓ ପରମ୍ପରା

କୁମାରପୂର୍ଣ୍ଣମୀ,ରାମଲୀଳା ଆଉ

     ଗାଁର ଯାନି ଯାତରା  ।

ରଜ ପୋଡପିଠା,ଜନ୍ତାଳ ଖେଚୁଡ଼ି

       ହେଲାଣି ସାତ ସପନ

ଆଧୁନିକତାକୁ ଗାଁ ଯୁବ ପିଢ଼ି

       କରନ୍ତି ଅନୁସରଣ  ।

କର୍ପୂର ଉଡ଼ିଛି କନାଟା ପଡିଛି

    ଅତୀତକୁ ଝୁରି ଝୁରି

ମୋ ଗାଁ ମାଟିର ନିଆରା ମହକ

    ହୁଏନା ମନୁ ପାସୋରି ।


Rate this content
Log in

Similar oriya poem from Abstract