STORYMIRROR

Tapan Kumar Biswal

Abstract Drama Inspirational

3  

Tapan Kumar Biswal

Abstract Drama Inspirational

ଗାଁ ବଦଳିଛି

ଗାଁ ବଦଳିଛି

1 min
34

        

ଦିଶୁ ନାହଁ ମାଟି ଯେ ଗାଁ ଦାଣ୍ଡରେ 

        ଉଡୁ ନାହିଁ ଧୂଳି ଗୋଧୂଳି ବେଳେ

    ଚିକ୍କଣ ସଡ଼କ ପଡ଼ିଛି ମେଲା

  ବୃକ୍ଷ ଲତା ନାହିଁ ଦିଶୁଛି ଖୋଲା ll


ଫସଲ ଫଳୁନି ବିଲରେ ଆଉ

        କୋଇଲି ଗାଉନି ତାମିଠା କୁହୁ

     ସାତ ସପନ ତ ଯାଇଛି ହଜି 

     ସଭିଏଁ ନିରବ ନିଶ୍ଚଳ ଆଜି ll


ଶଗଡ଼ ଗଡୁନି ଯେ ଗାଁ ଦାଣ୍ଡରେ

       ଦିଶୁନାହିଁ ଯୋଗୀ କେନ୍ଦେରା ଆଉ

     ଜୀବିକା ସଙ୍କଟରେ ପଡ଼ିଛି

   ମୁହେଁ ଲାଜ ପେଟ ପୋଡିଯାଉଛି ll


ଆମ୍ବ ଗଛଟା ନାହିଁ ଗାଁ ମଝିରେ 

        ନୂଆ କ୍ଲବ ଘର ଗୋଟେ ହେଇଛ

     ନିଇତି କେତେ ଲୋକଙ୍କର ଭିଡ଼

     ଦିନରାତି ଚାଲିଛି ତାସ ମାଡ଼ ll


ଦିଶୁ ନାହିଁ କୂଅ ପୋଖରୀରେ ସ୍ନାନ

          ଘରେ ବଡ଼ ପାଣି ଟାଙ୍କି ବସିଛି

       ବହୁନି ଆଉ ମଳୟ ପବନ

      ମାଟି ବାସୁନି ଚନ୍ଦନ ଚନ୍ଦନ ll


ରଜଦୋଳି ଗୀତ ଆଉ ଶୁଭୁନି

        ପରିବେଶ ଧୀରେ ନଷ୍ଟ ହେଲାଣି

     ବରଷା ହେଉନି ଶ୍ରବଣ ମାସେ

     ସବୁ ଋତୁ ସବୁ ମାସରେ ମିଶେ ll


ସଂସ୍କୃତି ସଭ୍ୟତା ଏବେ ତ ନାହିଁ

           ଭଜନ କୀର୍ତ୍ତନ ଆଉ ଶୁଭୁନି

     ଏବେ ତ ଆଧୁନିକ ପଶିଛି

    ଏବେ ଆଧ୍ୟାତ୍ମିକ ସ୍ୱପ୍ନ ଲାଗୁଛି ll


ବଦଳିଛି କେତେ ଜାତିର କଥା 

          ଗୁରୁଜନ କଥା ଲାଗୁନି ମିଠା

    ସ୍ନେହ ଶ୍ରଦ୍ଧା ଭକ୍ତି ଆଉ ଯେ ନାହିଁ

     ଗାଁ ବଦଳିଛି ତ ସନ୍ଦେହ ନାହିଁ ll

           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract