STORYMIRROR

AJIT KIMAR TRIATHY

Abstract

2  

AJIT KIMAR TRIATHY

Abstract

ଗାଁ ଆ ହାଲଚାଲ

ଗାଁ ଆ ହାଲଚାଲ

1 min
109

ବରଷା ନାହିଁ ଶୀତବି ନାହିଁ

ବାର ମାସକ ଖରା

ଆସେନା ଋତୁ ଗ୍ରୀଷମ ହେତୁ

ଉତପ୍ତ ହେଲା ଧରା

ଝିଅ ବୋହୁର ନାହିଁ ସିନ୍ଦୂର

ଫେସନ କେତେ କରି

ଫୁଙ୍ଗୁଳା ବେଷ ମୁକୁଳା କେଶ

ବୁଲନ୍ତି ଫିରି ଫିରି

ଫୋଅନ ବିନା ଦିନ ସରେନା

କାମରେ ନାହିଁ ମନ

ସ୍କୁଟି ମଟରେ ସାଥି ମେଳରେ

ବୁଲିଲେ ରାତି ଦିନ

ଦାସ କାଠିଆ ହେଉନି ପାଲା

ପୁରାଣ ଭାଗବତ

ଟିଭି ସିନେମା ଲଙ୍ଗୁଳି ଡ୍ରାମା

ମେଲୋଡି ନାଚ ଗୀତ

ଯୁବକ ଗଣ ହେଲେ ଉଚ୍ଛନ୍ନ

ହୋଇଲେ ଦଳା ଦଳି

ମଦ ନିଶାରେ ମାତାଲ ହେଲେ

ବୋବାଳି କରତାଳି

ଟାଉଟରଙ୍କ ଭାଉ ଅନେକ

ହୋଇକି କୁଜି ନେତା

ଲାଞ୍ଚ ମିଛରେ ସ୍ଵାର୍ଥ ବଶରେ

ଖାଇ କି ହେଲେ ଦାତା

ଗାଆଁ ମମତା ନାହିଁ ଏକତା

ଈର୍ଷା,ଦ୍ଵେଷରେ ମାତି

ରାଜନୀତିରେ ରକତ ଧାରେ

ଚାଲିଛି ପ୍ରିୟା ପ୍ରୀତି

ହଜି ଗଲାଣି ଚାଲି ଚଳଣି

ସଭ୍ୟତା ସିଷ୍ଟାଚାର

ସମ୍ମାନ ନାହିଁ ଭକତି ନାହିଁ

ଗୁରୁଜନଙ୍କୁ କାର

ଗାଆଁର ମୋହ ଆଣଇ କୋହ

ଅବସାଦରେ ମନ

ମୋ ଗାଆଁ କଥା ଦିଅଇ ବ୍ୟଥା

ଭାବିଲେ ସେହି ଦିନ

ଅତୀତ ତାର କିମନୋ ହର

ଆସିବ ନାହିଁ ଫେରି

ତଥାପି ତାର ଶୋଭା ସମ୍ଭାର

ମନରେ ହୁଏ ଘାରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract