Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଗାମୁଛା

ଗାମୁଛା

1 min
8



ଦୁଇ ଚାରି ହାତ     କପଡ଼ାର ବସ୍ତ୍ର

     ଜୀବନର ସହଚର

ମଣିଷ ତା ବିନା   ଚଳି ତ ପାରେନା

     ଗାମୁଛା ନାମଟି ତାର ।


ସଭା ସମିତିରେ   ସମ୍ବର୍ଦ୍ଧିତ ବେଳେ

     ଗଳାରେ ସେ ମଣି ହାର

ଅପର ବେଳାରେ  ଥିଲେଟି ଗଳାରେ

     ନୁହଁଇ ପସନ୍ଦ କା,ର ।


ଦିଏ ଝାଡି ଝୁଡ଼ି   ଦେହରୁ ସେ ମଳି

   ଘଷି ମାଜି ଶୌଚ ବେଳେ

ତା ବିନା ଯାଏନା  କେହି ପାଇଖାନା

    ଲାଜ ପୁଣି ସାଥେ ନେଲେ ।


ଆମ ବେଶ ଭୂଷା  ଲୁଗା ଓ ଗାମୁଛା

    ପିନ୍ଧୁଅଛେ ପୂରା ପ୍ୟାଣ୍ଟ

ଗାମୁଛା ବିନା କି  ପ୍ୟାଣ୍ଟ ହୁଏ ପିନ୍ଧି

    ମିଛେ ଦେଖାଉଛ ଆଣ୍ଟ ।


ସ୍ନାନ ଶୌଚ ବେଳେ ବିନା ଗାମୁଛାରେ

    ସମ୍ଭବ ନୁହଁଇ କାର୍ଯ୍ୟ

ସୁଟ ସାଟ ହେଲେ  ବାବୁଙ୍କ ଗଳାରେ

    ପକାଇଲେ ମାଡେ ଲାଜ ।


ଗ୍ରିଷମ ପ୍ରକୋପେ ଶିରେ ରୌଦ୍ର ତାପେ

     ଅସହ୍ୟ ହୁଅଇ ତାତି

ସେହି ବେଳ ଦେଖି   ଓଦା ଗାମୁଛାଟି

    ପକାଇ ପାଉଛେ ଶାନ୍ତି ।


ଛୋଟ ସିନା ସେହି    ପଣତ କାନିଟି

     ଘୋଡାଏ ସବୁରି ଲାଜ

ବାବୁଙ୍କୁ ଗୁହାରି      ଅତି ଦରକାରି

     ମନରେ ଟିକିଏ ହେଜ ।



Rate this content
Log in

Similar oriya poem from Inspirational