STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ବନ୍ଦେ ଭାରତ ମାତାକୁ ବନ୍ଦେ

ବନ୍ଦେ ଭାରତ ମାତାକୁ ବନ୍ଦେ

1 min
307


ବନ୍ଦେ ମୁଁ ଭାରତ ମାତାକୁ ବନ୍ଦେ,

ଅହିଂସା ମନ୍ତ୍ର ମାନ୍ତ୍ରିକ ବୁଦ୍ଧ ବନ୍ଦେ,

ସ୍ଵାଧୀନ ଦିବସ ବନ୍ଦେ;

ଜାତୀୟ ନିଶାଣ ତ୍ରିରଙ୍ଗା ଉଡାଏ,

ବନ୍ଦେ ମାତରଂ ଛନ୍ଦେ; ସ୍ଵାଧୀନ ଦିବସ ବନ୍ଦେ ।।


ହର୍ ଘରେ ଘରେ, ସହର, ପଲ୍ଲୀରେ,

ଲଳିତ ମଧୁର ଗୁଞ୍ଜରଣ ରଚେ,

ଜନ ଗଣ ମଞ୍ଜୁ ନାଦେ;

ନାଚି ଉଠୁଅଛି ସକଳ ଭୂବନ,

ବନ୍ଦଇ ତା ପାଦ ପଦ୍ମେ; ସ୍ଵାଧୀନ ଦିବସ ବନ୍ଦେ ।। 


ବନ୍ଦେ ମୁଁ ଗାନ୍ଧୀ,ଗୋପବନ୍ଧୁ ବନ୍ଦେ,

ବନ୍ଦେ ମୁଁ ଗଙ୍ଗା ଗୋଦାବରୀ ବନ୍ଦେ,

ତାର ଛଳ ଛଳ ନାଦେ;

ଭାସି ଆସୁଅଛି ପବନ ଗାଉଛି,

ହିମାଳୟ ଗିରି ଶୃଙ୍ଗେ; ସ୍ଵାଧୀନ ଦିବସ ବନ୍ଦେ ।।


ସକଳ ବିଶ୍ଵର ଦେବଭୂମି ଏଯେ,

ବଶିଷ୍ଠ,ବାଲ୍ମୀକି, ପରାଶର ବନ୍ଦେ,

ଜୀବନର ପ୍ରତି ଛନ୍ଦେ;

ମୋଦେଶ ଗରିମା ପାଇଁ ପ୍ରାଣଦାନ,

ଦେବିରେ ମନ ଆନନ୍ଦେ; ସ୍ଵାଧୀନ ଦିବସ ବନ୍ଦେ ।।


ମୋ ଦେଶର ଯୈତ୍ରୀ ଆକାଶ ଛୁଇଁଛି,

ମହୋଦଧି ଜଳେ ତରଙ୍ଗେ ଖେଳୁଛି,

ଉଡେ ଏଭେରେଷ୍ଟ୍ର ଶୃଙ୍ଗେ;

ମୋଦେଶ କୃଷକ ସୈନିକ ମୁଁ ବନ୍ଦେ,

ମୋ ଜନମ ମାଟିକୁ ବନ୍ଦେ; ସ୍ଵାଧୀନ ଦିବସ ବନ୍ଦେ ।।



Rate this content
Log in

Similar oriya poem from Inspirational