ବନ୍ଦେ ମାତରଂ
ବନ୍ଦେ ମାତରଂ
ବୀର ପ୍ରସବିନୀ ମୋର ଏ ଭାରତ
ବୀର ବିରା ଗଣେ ପୂର୍ଣ୍ଣ
ଯେଉଁଠି ଶ୍ରୀରାମ ଶ୍ରୀକୃଷ୍ଣ ଅର୍ଜୁନ
ବୁଦ୍ଧଦେବଙ୍କର ଜନ୍ମ l
ଏ ଦେଶର ପାଣି ପବନ ନିଆରା
ପର୍ବତେ ଫୁଟାଏ ପଦ୍ମ
ନାନା ଅସ୍ତ୍ର ଶସ୍ତ୍ର ତିଆରିର ମର୍ମ
ଅଥର୍ବ ବେଦ ର କର୍ମ l
ମାରି ଜୀବଦାନ ଦେବାର କ୍ଷମତା
ଯେଉଁ ଜାତି ପlରେ କରି
ସେହି ମୋର ଦେଶ ତା ନାମ ଭାରତ
କେହି ନୁହେଁ ତାର ସରି l
ସତୀ ଅନସୂୟା ସୀତା ଓ ସାବିତ୍ରୀ
ଯେ ଦେଶେ ଜନମ ନେଲେ
ସେ ଦେଶେ ଜନମି କୁତାର୍ଥ ମଣୁଛି
ନିଜକୁ ଆଜି ମୁଁ ଭଲେ l
ଗାନ୍ଧିଜୀ ନେତାଜୀ ଲାଲ ବାଲ ପାଲ
ଯେ ଦେଶେ ଜନମି ଛନ୍ତି
ଇଂରେଜ ହାତରୁ ଶାସନ ଛଡାଇ
ଅହିଂସା ରେ ଆଣିଛନ୍ତି l
ନିଜେ ମରୁ ପଛେ ଅନ୍ୟାୟ ସହେନା
ଏ ଜାତିର ଅହଂକାର
ତଥାପି ସାହସ କରିଲା ଫିରିଙ୍ଗି
କରିବାକୁ ଅଧିକାର l
ବହୁ କଷ୍ଟ ସହି ଛଡାଇ ଆଣିଲେ
ସ୍ୱାଧୀନତା ଏ ଦେଶର
ସ୍ୱାଧୀନତା ମାନ ଆମେତ ରଖିବା
ଡୋରି ବାନ୍ଧି ମମତାର l
ଆମେ ଯଦି ତାକୁ ସୁରକ୍ଷା ନଦେଇ
ସ୍ଵାର୍ଥେ ଭୋଳ ହୋଇ ଯିବା
ସ୍ନେହ ପ୍ରେମ ପ୍ରୀତି ଜାତୀୟ ପତାକା
ସଂନମାନ କୁ ହରାଇବା l
ଏ ତ୍ରିରଙ୍ଗା ତଳେ ଠିଆ ହୋଇ ଆଜି
ଶପଥ କରିବା ଆସ
ଜାତିର ଏକତା ରକ୍ଷା କରି ସର୍ବେ
ଆଗେଇ ନେବା ଏ ଦେଶ l
ସିଂହ ଘରେ ପୁଣି ମିରିଗ ମାନଙ୍କୁ
ଆମେ ରଖାଇ ନଦେବା
ଗୃହ ଶତ୍ରୁ ସାଜୁଥିବା ବିଭିଷଣେ
ଉଚିତ ଶିକ୍ଷା ଯେ ଦେବା l
ସ୍ୱାଧୀନତା ଜନ୍ମଗତ ଅଧିକାର
ସେକଥା ନଭୁଲ ଭାଇ
ବନ୍ଦେ ମାତରଂ ବନ୍ଦେମାତରଂ
ମାତାର ସଂନମାନ ଏହି l
