ଜଇ ରାଜଗୁରୁ
ଜଇ ରାଜଗୁରୁ
ଜଇଆ ପଛେ ପାଇଲା ଫାସି
ନଇଁଲା ନାହିଁ ମଥା
ଆଜିବି ଗାଏ ଖୋରଧା ଗଡ଼
ସେହି ଅମର ଗାଥା ।
ସେଯେ ମହାନ ସଙ୍ଗ୍ରାମୀ ବୀର
ସେ ଜଇ ରାଜଗୁରୁ
ଫିରିଙ୍ଗି ସେନା ଛାତି ଥରିଲା
ସେ ନାଆଁ ଶୁଣୁଶୁଣୁ।
ଗୋରା ଶାସକ ଖୋର୍ଦ୍ଧା ରାଜାଙ୍କୁ
ଲେଖିଲେ ଯେବେ ଚିଠି
ବସତା ଆମ କର ସ୍ବୀକାର
ହେ ରାଜା ଗଜପତି ।
ଗଜପତି ଙ୍କ ମନ୍ତ୍ରୀ ରାଜଗୁରୁ
ରାଗେ ଉଠିଲେ କମ୍ପି
ଚିଠିକୁ ସିଏ ଦୂତ ହାତରୁ
ରାଗରେ ନେଲେ ଝାମ୍ପି।
ହୁଙ୍କାର ଦେଲେ ଫିରିଙ୍ଗି ତୁମେ
ଚଞ୍ଚଳ ଖୋର୍ଦ୍ଧା ଛାଡ
ନହେଲେ ଆମେ ଭାଙ୍ଗି ଦେବୁରେ
ତୁମରି ହାଡ଼ ଗୋଡ଼।
ଏକଥା ଶୁଣି ଫିରିଙ୍ଗି ସେନା
ଯୁଦ୍ଧ ଘୋଷଣା କଲେ ହେଲେ
ପାଇକଙ୍କର ଗରିଲା ଯୁଦ୍ଧେ
ସେତ ପରାସ୍ତ ହେଲେ ।
ଗୋରା ଶାସକ ଅହଙ୍କାର କୁ
ବାଧିଲା ଭାରି ଏହା
ଦେଶ ଦ୍ରୋହୀଙ୍କୁ ଲୋଭ ଦେଖାଇ
କୌଶଳ କଲେ ନୂଆ ।
ବିଶ୍ବାସ ରେ ତ ମିଶାଇ ବିଷ
ସେ ଦେଶ ଦ୍ରୋହୀ ମାନେ
ରାଜଗୁରୁ ଙ୍କୁ ଫିରିଙ୍ଗି ସେନା
ହାତେ ଧରାଇ ଦେଲେ ।
ମେଦିନୀ ପୁରେ ରାଜଗୁରୁ ଙ୍କ
ବିଚାର ପରା ହେଲା
ନିର୍ମମ ଭାବେ ଫାଶୀରେ ତାଙ୍କୁ
ଝୁଲେଇ ଦିଆଗଲା ।
ଫିରିଙ୍ଗି ଙ୍କୁ ତ ବିରୋଧ କରି
ପ୍ରଥମେ ଫାଶୀ ପାଇ
ଇତିହାସରେ ରାଜଗୁରୁ ତ
ଗଲେ ସହିଦ ହୋଇ ।
ଓଡ଼ିଆ ଜାତି ଗର୍ବ ଗୌରବ
ହେ ଜଇ ରାଜଗୁରୁ
ତୁମ ପାଦରେ ପ୍ରଣାମ ଆମ
ଘେନିବ ଆରପୁରୁ।
