STORYMIRROR

Dambarudhar Dash

Inspirational

3  

Dambarudhar Dash

Inspirational

ଗାଈ

ଗାଈ

1 min
220

( ରାଗ - ଭାଗବତ ବାଣୀ )


ସଂସାର ହିତେ ତାର ଜାତ

ଗାଈ ନାମରେ ପରିଚିତ ।।୧।।


ଆମକୁ ଦୁଗ୍ଧ ଦାନ ଦେଇ

ସଂସାରେ ମାତାକୁ ବୋଲାଇ।।୨।।


ତେତିଶ କୋଟି ଦେବେ ଛନ୍ତି

ଲୋମ କୂପରେ ବିରାଜନ୍ତି।।୩।।


ସପ୍ତ ମାତାରୁ ଜଣେ ସିଏ

ସଂସାରେ ପୂଜା ପାଉଥାଏ ।।୪।।


ତାହାର ସେବା କରେ ଯିଏ

କୋଟି ଜନ୍ମର ପୂଣ୍ୟ ପାଏ ।।୫।।


ନିରୀହ ଜୀବ ସେ ଅଟଇ

ଯାହା ମିଳେ ସେ ତାକୁ ଖାଇ।।୬।।


ତାର ଦୟାରେ ଆମେ ବଞ୍ଚୁ

ଚାଷ କରିଣ ଧନ ସଂଚୁ ।।୭।।


ତା ପୁତ୍ର ଚାଷ କାର୍ଯ୍ୟ କରେ

ଜମି ଉର୍ବର ତା ଗୋବରେ ।।୮।।


ପୂଜା କାର୍ଯ୍ୟରେ ଲାଗେ କ୍ଷୀର

ଘର ଦୁଆରେ ତା ଗୋବର।।୯।।


ଦେଇଣ ହୁଅନ୍ତି ପବିତ୍ର

ପତିତ ପାବନୀ ସର୍ବତ୍ର।।୧୦।।


କାମଧେନୁ ଯେ ଅଟେ ଶ୍ରେଷ୍ଠ

ବୁଝଇ ସଭିଙ୍କର କଷ୍ଟ ।।୧୧।।


ମନୋବାଞ୍ଛାକୁ ପୂର୍ଣ୍ଣ କରେ

ଯେ ଯେଉଁ ରୂପେ ଜପ କରେ ।।୧୨।।


ଗଙ୍ଗା ସ୍ନାନରେ ଯେତେ ଫଳ

ତା ପାଦ ତଳେ ଏ ସକଳ।।୧୩।।


ତାହାର ସେବା କରେ କିଏ

ସଂସାରୁ ମୋକ୍ଷ ପାଏ ସିଏ ।।୧୪।।


ତା ସେବା କଲେ ପ୍ରତିଦିନ

ସାର୍ଥକ ହେବ ଏ ଜୀବନ ।।୧୫।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational