Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prabhas Kumar mohapatra

Inspirational

4  

Prabhas Kumar mohapatra

Inspirational

ଗାଈ ଆଜି କାଇଁ

ଗାଈ ଆଜି କାଇଁ

1 min
190



ଶୁଣିଥିଲି ବାଲ୍ୟେ ଜ୍ୟେଷ୍ଠ କହୁ ଥିଲେ

ଦୁଗ୍ଧ ବଢାଏ ଆୟୁଷ ।

ସେଥି ପାଇଁ ପିଲେ ନିତି ପିଉଥିଲେ

ଉଷୁମ ଭାଇ ଗୌରସ ।।


ପ୍ରତି ଘରେ ଘରେ ଗୁହାଳ ଭିତରେ

ରହିଥିଲେ କେତେ ଗାଈ ।

ସକାଳରୁ ସଞ୍ଜ ତାଙ୍କରି ସେବାରେ

ଲାଗୁଥିଲେ ଅଜା ଆଈ ।।


ଗାଈକୁ ଗୋମାତା ମାନି ଏ ଜନତା

କରୁଥିଲେ ସର୍ବେ ପୂଜା ।

ମାଆ ସମ ସେହି ଦୁଗ୍ଧ କୁ ପିଆଇ

ଦିଅଇ ଆମକୁ ଉର୍ଜା ।।


ଅଦ୍ୟ ନାହିଁ ମାଳ ଗାଈ କି ଗୁହାଳ

କ୍ଷୀର ପିଉନି ବାଛୁରୀ ।

ଗଉଡ଼ ଯେତକ ଭୁଲିଲେ ଗୋ-ପାଳ

ଆଧୁନିକତା କୁ ଧରି ।।



Rate this content
Log in