ଗାଏ ଜୟଗୀତି
ଗାଏ ଜୟଗୀତି
ସ୍ୱ।ଧୀନ ଭାରତ ନାଗରିକ ଆମେ
ହିନ୍ଦୁ ମୁସଲମାନ ବୈ।ଦ୍ଧ ଖ୍ରୀଷ୍ଟିଆନ
ଶିଖ ଜୈନ ସର୍ବେ ଏକ,
ପରିଚୟ ଆମ ଅଟେ ଭାରତୀୟ
ସଭିଏଁ ସମାନ ଲିଙ୍ଗ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷେ
ନାହିଁ କିଛି ଭେଦାଭେଦ ।
ଆମ ସ୍ୱ।ଭିମାନ ତ୍ରିରଙ୍ଗା ପତାକା
ଐତିହ୍ୟ ସ°ସ୍କୃତି ଆମ ପରମ୍ପରା
ସମୃଦ୍ଧ ବେଦ ବିଜ୍ଞାନ,
ହିମାଳୟ ଠାରୁ କୁମାରୀକା ଯାଏ
ବିରାଜେ ଏକତା ଶାନ୍ତି ମୈତ୍ରୀ ପ୍ରୀତି
ଅହି°ସା ସୁସମନ୍ୱୟ ।
ସାର୍ବଭୌମ ଆମ ସାଧାରଣତନ୍ତ୍ର
ପ୍ରଗତି ସୂରୁଜ ସଦା ଦୀପ୍ତିମାନ
ମୁକ୍ତ ମନ ଜନଗଣ,
ଗାଏ ଜୟଗୀତି ଉଲ୍ଲାସ ଆନନ୍ଦେ
ସବୁଜ ସୁନ୍ଦର ମୋ ଦେଶ ଅନନ୍ୟ
ଜୟ ଭାରତ ମହାନ ।
ବଢୁ କର୍ମନିଷ୍ଠା କର୍ତ୍ତବ୍ୟ ଉତ୍କର୍ଷ
ହେଉ ସମୁଜ୍ଜ୍ୱଳ ମୋ ଦେଶ ଭାରତ
ମନପ୍ରାଣ ଦେବା ଢାଳି,
ଅଗ୍ରଣୀ ହୋଇବା ସମଗ୍ର ବିଶ୍ୱରେ
ଅଭିବୃଦ୍ଧି ହେବ ଶୈ।ର୍ଯ୍ୟ ଦକ୍ଷତା
ସତ୍ୟପଥ ଅନୁସରି ।
