STORYMIRROR

Srinibas Mahalik

Inspirational

3  

Srinibas Mahalik

Inspirational

ଗାଡ଼ି

ଗାଡ଼ି

1 min
13.2K



ବମ୍ପର୍ ଗାର୍ଡ ଉପରେ ବ୍ୟାନ୍

ଲଗାଇଛି ସରକାର

ତଥାପିବି ଲୋକ ଗାଡିରେ ଏହାକୁ

କରୁଛନ୍ତି ବ୍ୟବହାର ।।

ଡିପର୍ ଲାଇଟିର ବ୍ୟବହାର ଏଠି

ନାହିଁ କେତେକଙ୍କୁ ଜଣା

ଯା'ଦ୍ବାରା ସାମ୍ନାର ଚାଳକକୁ ଏହା

କରିଥାଏ ବାଟବଣା ।।

ଇଣ୍ଡିକେଟ୍ ଲାଇଟ୍ ନଦେଇ ଅନେକ

ଯାଆନ୍ତି ସେମିତି ମାଡି

ଯଦିବା ଦିଅନ୍ତି ବନ୍ଦ ନକରିକି

ଦିଅନ୍ତି ସେମିତି ଛାଡି ।।

ବହୁ ଚାଳକଙ୍କୁ ଗାଡି ବିଷୟରେ

ଜଣା ନାହିଁ କିଛି ଜ୍ଞାନ

ନହେଲେ ସେମାନେ ରାସ୍ତାରେ କଦାପି

ହୁଅନ୍ତେନି ଯତ୍ନହୀନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational