Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

#Free India

#Free India

1 min
299


"ଆମେ ଓ ଆମ ପ୍ରଗତି"


ଏକବିଂଶ ଶତାବ୍ଦୀ ର ଏକ ପଞ୍ଚମାଂଶ

ବିତେଇ ଦେଲେଣି ଆମେ,

ସଭିଙ୍କ ମତରେ ପ୍ରଗତି ପଥରେ

ଆଗେଇ ଚାଲିଛେ ଆମେ |

କେତେ କୋଠାବାଡି କଳ କାରଖାନା

ଗଢି ଯେ ଉଠିଛି ଦେଶେ,

କେତେ ରାଜପଥ ଆଲୋକେ ସଜ୍ଜିତ

ଗ୍ରାମପଥ ଶୋଭା ଦିଶେ |

ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ

ପାଠପଢାପାଇଁ ଖୋଲା,

ଡାକ୍ତରଖାନା ଯେ ସବୁଠାରେ ଠିଆ

ରୋଗୀସେବା ପାଇଁ ହେଲା |

ବୈଷୟିକ କ୍ଷେତ୍ରେ ଆଗେଇଛେ ସତ

ମଣିଷପଣିଆ ହାନୀ,

ବିବେକ ଆମର ନିଃଶେଷ ହେଲାଣି

ଆମେ ପାରୁନାହୁଁ ଜାଣି |

ଶୋଷଣ କଷଣ କାୟା ବଢ଼ାଇଛି

ପ୍ରତିକ୍ଷେତ୍ରେ ବିଭୀଷିକା,

ହିଂସା ଦ୍ୱେଷ ଭାବ ବଢ଼ିତ ଚାଲିଛି

ମନେ ଭରେ ଅହମିକା |

ଚଉସ୍ତରୀ ବର୍ଷ ବିତି ସାରିଲାଣି

ସ୍ୱାଧୀନତା ପରେ ପରେ,

ନାରୀଟିଏ ଆଜି ନୁହେଁ ସୁରକ୍ଷିତା

ଯିବାପାଇଁ ଏକା ଦୂରେ |

ପ୍ରତିଦିନ ହତ୍ୟା କେତେ ବ୍ୟଭିଚାର

କେତେ ଲୁଣ୍ଠନ ଚାଲେ,

ଜୀବନ ହେଲାଣି ଦୁର୍ବିସହ ଆଜି

ବଞ୍ଚିନାହିଁ କେହି ଭଲେ |

ନୂଆନୂଆ ସବୁ ଆଇନ ହେଉଛି

ସବୁଥିରେ ଗଳାବାଟ,

ଖୁଦ କଣିକାରେ ସନ୍ତୋଷ ଲଭୁଛି

ପାଇ ନିମ୍ନ ମଧ୍ୟବିତ୍ତ |

ପୁଞ୍ଜିବାଦ ଆଜି ସଗର୍ବେ ଚାଲିଛି

ଗଣତନ୍ତ୍ର ଗଳା ଶୁଖେ,

ବୁଝିନ୍ତିନି କେହି ପ୍ରକୃତ କାରଣ

ନିଜେ ସୁଖୀ ନିଜ ସୁଖେ |

ଏମିତି ଚାଲିବ ଯେତେଦିନ ଯାଏ

ନବୁଝିବା ଯାଏ ଲୋକେ,

ଫୁଟପାଥ ପରେ ନରକ ଯନ୍ତ୍ରଣା

ଗରୀବ ଶୋଇବ ଭୋକେ |

ଇତିହାସ କହେ ସମାଜ ଏମିତି

ସମୟେ ପରିବର୍ତ୍ତନ,

ସେଥିପାଇଁ ଲୋଡ଼ା ଜନ ସଚେତନ

ଆଉ ଏକ ଆନ୍ଦୋଳନ |



Rate this content
Log in