STORYMIRROR

Papu parida

Drama Tragedy Others

3  

Papu parida

Drama Tragedy Others

ଏଠି ସଭିଏଁ ଜଣେ ଜଣେ କଳାକାର

ଏଠି ସଭିଏଁ ଜଣେ ଜଣେ କଳାକାର

1 min
201

ଆନ୍ତରିକତା ବିହିନ ଲୁହ ଝରିପଡ଼େ 

ସନ୍ତୋଷ ବିହିନ ହସ

ସହଯୋଗ ପଛେ ଲୁଚିଥାଏ ପୁଣି

କେବେ ଇର୍ଷା କେବେ ଦ୍ୱେଷ

ଦେଖି ସାରି ମୁହିଁ କିଛି ଦେଖି ନାହିଁ

ସବୁ ଜାଣି ଶୁଣି ଅଜଣା

କାଳେ ଯିବ କେହି ମୋ ରାସ୍ତାରେ ଚାଲି

ଜାଣି ଶୁଣି ବାଟବଣା

ପୋଖତ ଅଭିନେତାଙ୍କ ଭଳି ଅଭିନୟ ଚାଲେ 

ଶୁଣି ବି ନ ଶୁଭେ ଚିତ୍କାର

ବାଃ.....

ଏଠି ସଭିଏଁ ଜଣେ ଜଣେ କଳାକାର

ଏଠି ସଭିଏଁ ଜଣେ ଜଣେ କଳାକାର.....


ଚିର ପରିଚିତ ମାଗେ ପରିଚୟ 

ହାତ ଛାଡିଦିଏ ପୁଣି ସହଚର।


ବାଃ.....

ଏଠି ସଭିଏଁ ଜଣେ ଜଣେ କଳାକାର

ଏଠି ସଭିଏଁ ଜଣେ ଜଣେ କଳାକାର...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama