STORYMIRROR

Lipsa Acharya

Classics

2  

Lipsa Acharya

Classics

ଏତିକିବାଟଚାଲିବାରଥିଲା

ଏତିକିବାଟଚାଲିବାରଥିଲା

1 min
163

ବାସ୍! ଏତିକି ବାଟ ଚାଲିବାର ଥିଲା 

ଆସିଗଲି ମଧ୍ଯ

ଏବେ ତ ଚାଲିବା ଆରମ୍ଭ କରିଥିଲି

ଅଟକି ଯିବି ବୋଲି ଭାବିନଥିଲି


କାଲିଠାରୁ ଦେଖାଯିବି ନାହିଁ

ତମେ ଖୋଜିବ ,ସେ ବିଶ୍ବାସ ବି ନାହିଁ

ମନେ ଅଛି ଦିନେ ତମକୁ ପ୍ରଶ୍ନ କରିଥିଲି

ଆତ୍ମୀୟତା କୁ ନେଇ ଆତ୍ମ ବଡିମା କାହିଁକି

ଆଜି ବୁଝିଲି ତମ ଆତ୍ମୀୟତାର ରାଜନୀତି କୁ


ପ୍ରତିବାଦ କରିବାର ସାହାସ ନାହିଁ

ଦେଖ, ସୂର୍ଯ୍ଯ ଲୁଚିଗଲାଣି ତା କାମ ସାରିଦେଇ

ମୋ କାମ ଶେଷ ହେଇ ନାହିଁ, ତଥାପି ମୁଁ

ତମ ରାଜନୀତିର ପଶାପାଲି ସୈନିକଟି ହାରି ନଥିଲା

ତମେ ବିଶ୍ବାସରେ ବିଷ ଦେଇ, 

ତମ ମନ୍ତ୍ରୀ ସହିତ ଥିବା ଆତ୍ମୀୟ କୁ ଗୁରୁତ୍ବ ଦେଲ

ଓଦା ସମ୍ପର୍କର ମାଟି ବାସ୍ନାଟା ଫିକା ହେଇଗଲା

ତମେ ଶାସନ ଗାଦିର ରାଜା, ମୁଁ ସାଧାରଣ ପ୍ରଜାଟିଏ 


ଏମିତି ଦିନେ ଘଟିବାର ଥିଲା

ଆଖିରେ ଅନ୍ଧପୁଟୁଲି ବାନ୍ଧି, ମୁଁ ଭୁଲି ଯାଇଥିଲି

ରାଜା ପ୍ରଜାର ବ୍ଯବଧାନ କୁ

ତମେ କାଲି ନିଶ୍ଚିତ ଖୁସିହବ 

ନ କହିବା ଆଗକୁ, ମନ କଥା ବୁଝି ଚାଲିଗଲା କହି

ଅବଶ୍ଯ ମୋ କଥା , ଅନ୍ଯ ଆଗରେ ବଖାଣିବ 

ସେ ବିଶ୍ବାସ ଖଣ୍ଡିକ , ମୋର ନାହିଁ

ଯେତିକି ଅନ୍ତରଙ୍ଗ ମୁହୁର୍ତ୍ତର ବାଟ ଚାଲିଲି

ମୋ ହୃଦୟରେ କୋଣରେ ଗଭୀର ରେଖାଟିଏ ଟାଣି ହେଇରହିବ

ବୋଧହୁଏ, ଉପରବାଲା ଏତିକି ବାଟ ଭାଗ୍ଯରେ ଲେଖିଥିଲା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics